Education

ଆମ୍ବଗାଁ ହାଇସ୍କୁଲରେ ବ୍ଳକ ସ୍ତରୀୟ ମାସିକ ପ୍ରଧାନଶିକ୍ଷକ ସମ୍ମିଳନୀ

 

କଣ୍ଟାମାଳ, ୧୨/୩:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଆମ୍ବଗାଁସ୍ଥିତ ଜନତା ସରକାରୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ପ୍ରଧାନଶିକ୍ଷକ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ କୁମାର ସେଠୀ ପ୍ରଶିକ୍ଷକ ଭାବେ ଯୋଗଦେଇ ଓସେପାପକ୍ଷରୁ ମାସିକ ଗାଇଡଲାଇନ ଉପରେ ଆଲୋକପାତ କରିଥିଲେ।ପ୍ରଥମତଃ ଦଶମଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଧଳା ମୂଳକ ଶିକ୍ଷାପାଇଁ ପ୍ରୋସାହିତ କରିବା। ନବମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍କାବକାଶରେ ନିଜ ବିଦ୍ୟାଳୟରେ ପୁରୁଣା ପାଠର ଆଲୋଚନା, ନିଜ ବିଦ୍ୟାଳୟର ପରିବେଶ ଠୁ ଆରମ୍ଭ ସମସ୍ତ ଆସବାବପତ୍ରର ରକ୍ଷଣାବେକ୍ଷଣ କରି ସମସ୍ତ ଆବଶ୍ୟକୀୟ ସାମଗ୍ରୀର ଯତ୍ନ ନେବା ପରି ଅନେକ ଶିକ୍ଷା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ ପରିଚୟ ପ୍ରଦାନ କରାଇଥିବା ସ୍ଥଳେ ବରଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଦେବାଶିଷ ଅନାପତିଙ୍କ ତତ୍ତ୍ଵାବଧାନରେ ସମସ୍ତ ଶିକ୍ଷକ ବିଦ୍ୟାଳୟର ପରିବେଶ, ଇଲାଇବ୍ରେରୀ, କମ୍ପୁଟର ହଲ, ବିଜ୍ଞାନ ପରିକ୍ଷାଗାର, ଶୌଚାଳୟ ଆଦି ବୁଲି ଦେଖି ପ୍ରତିକ୍ରିୟାରେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏଠାରେ କାର୍ଯ୍ୟରତ ବିମଳା ଏସଏଚଜି ଗ୍ରୁପର ସଭାନେତ୍ରୀ ପଦ୍ମିନୀ ରଣା ଓ ସାଥିଙ୍କ ଆତିଥ୍ୟରେ ବିମୋହିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button