State
ପରଲୋକରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଧର୍ମପତ୍ନୀ ଯଶୋବନ୍ତି ଖଟୁଆ,


କଣ୍ଟାମାଳ,12/03/24 ( ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଚିତ୍ରସେନ ଖଟୁଆଙ୍କ ଧର୍ମପତ୍ନୀ ଯଶୋବନ୍ତି ଖଟୁଆଙ୍କ ଆଜିସକାଳେ ପରଲୋକ ହୋଇଯାଇଛି।ମୃତ୍ୟୁଖବର ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳର ସାଧାରଣ ଜନତା ଶେଷ ଦର୍ଶନ ପାଇଁ ପହଂଚିଥିଲେ Iସେ ଜଣେ ଭଦ୍ର ମହିଳା,ମିଷ୍ଟଭାଷୀ, ମେଳାପୀ ଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ, ଜ୍ବାଇଁ ,ନାତିନାତୁଣୀଙ୍କ ସମେତ ବନ୍ଧୁ ପରିଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ!ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ବେଳେ ବଡପୁଅ ଶିକ୍ଷାବିତ ସମୀର ଖଟୁଆ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ଖଟୁଆଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସ୍ଥାନୀୟ କଣ୍ଟାମାଳ ବିଧାୟକ ମହିଧର ରଣା ଫୋନ ମାଧ୍ୟମରେ ଶୋକସନ୍ତପ ପରିବାରଙ୍କୁ ଆଶ୍ୱାସନା ଜଣାଇଛନ୍ତି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




