ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ


ଢେଙ୍କାନାଳ, ୧୦/୩ : ସ୍ଥାନୀୟ ଅଡିଟୋରିୟମ୍ ଠାରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସାପ୍ତାହିକ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନେ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସ୍ଵାବଲମ୍ବୀ ହୋଇପାରିଛନ୍ତି, ମହିଳା ଶିକ୍ଷାର ସମୃଦ୍ଧ, ସମାଜରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ଦେଇପାରିବେ ବୋଲି ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସାଗରୀକା ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଅର୍ଚ୍ଚନା ପୁହାଣ, ଢେଙ୍କାନାଳର ପୌର ଉପାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ଢେଙ୍କାନାଳ ବିଜୁ ଜନତା ଦଳର ସାଧାରଣ ସଂପାଦକ ଦେବାଶିଷ ମିଶ୍ର, ସଦର ବ୍ଲକ୍ ଅଧ୍ଯକ୍ଷା ରାଜଶ୍ରୀ ନାୟକ, ଗଁଦିଆ ବ୍ଲକ୍ ଅଧ୍ଯକ୍ଷା ରୀନାରାଣୀ ଖଟୁଆ, ଜିଲ୍ଲା ମହିଳା ଉପସଭାପତି ଉର୍ବଶୀ ମହାପାତ୍ର, ସାଧାରଣ ସଂପାଦିକା ପ୍ରଣତୀ ପଣ୍ଡା ଓ ଶ୍ରଦ୍ଧାଞ୍ଜଳି ସାହୁ, ଟାଉନ୍ ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ, ସଦର ବ୍ଲକ୍ ସଭାନେତ୍ରୀ ସୁନିତା ସାହୁ, ଗଁଦିଆ ବ୍ଳକ୍ ସଭାନେତ୍ରୀ ଶୁଭଦର୍ଶିନୀ ପରିଡା, କାଉନ୍ସିଲର ଲିପିକା ଦାସ, ସଂପାଦିକା ମାମିନା ଦିକ୍ଷିତ୍ପ୍ରମୁଖ ସମାଜରେ ମହିଳାଙ୍କ ଭୂମିକା ଏବଂ କାହିଁକି ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଉଛି ତାହା ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀକାନ୍ତ କୁମାର ଧଳ, ବିଧାୟକ ପ୍ରତିନିଧ ଅଜୟ କୁମାର ଭଞ୍ଜ, ନିରାକାର ରାଉତ, ରାଜ୍ୟ ଛାତ୍ର ସଂପାଦକ କୁଦୀପ୍ ମହାପାତ୍ର, ଜିଲ୍ଲା ବିଜେଡି ସଂପାଦକ ରଞ୍ଜନ କୁମାର ନାୟକ, ଟାଉନ୍ ସଭାପତି ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ଡିଜିଟାଲ୍ସେକ୍ରେଟାରୀ ଗଙ୍ଗାଧର ରାଉତ । ଛାତ୍ର ଟାଉନ୍ ସଭାପତି ସୋନୁରାମ ସିଂହ, ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ବୃନ୍ଦ, କାଉନ୍ସିଲର ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ଏହି ମହିଳା ସମାବେଶକୁ ଉତ୍ସାହିତ କରିଥିଲେ । ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ହଜାର ସଂଖ୍ୟକମହିଳାମାନେ ଉପସ୍ଥିତ ରହିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହିଳାମାନେ ମଧ୍ଯ ସଂଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହୋଇଥିଲା । ଶେଷରେ ଝରଣାବାଳା ନାଥ ଧନ୍ୟବାଦ ଅର୍ପଣ କରିଥିଲେ




