State

କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ , ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମ ଯୋଗୁଁ ଫିକା ପଡିଲା ଶିବିର । ମାତ୍ର ୫୧ଟି ଅଭିଯୋଗ ପଞ୍ଜିକୃତ ।

 

ଘଣ୍ଟାପଡ଼ା, ୧୧/୩:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି ଶିବିରରେ ମୋଟ ୫୧ଟି ଅଭିଯୋଗ ମଧ୍ୟରୁ ୧୮ଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇଛି l ବୌଦ୍ଧ ଜିଲ୍ଲା ସଦରରେ ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ମାଧ୍ୟମରେ କେତୋଟି ସେତୁର ଉଦଘାଟନ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଯୋଗୁଁ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅନୁପସ୍ଥିତି ହେତୁ ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତ ଫଳରେ ଶିବିରକୁ ଅନେକ ଅଭିଯୋଗକାରୀ ଆସି ନଥିବା ଜଣା ପଡିଛି।ଏହି ଶିବିରରେ ସମୁଦାୟ ୫୧ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୪୩ ଗୋଟି ବ୍ୟକ୍ତିଗତ ମାମଲା ଓ ୮ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଏହି ଶିବିରରେ ୧୮ଗୋଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇଥିଲା l ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଂଯୁକ୍ତା ବାରଲା , କଂଟାମାଳ ବିଡିଓ ସାମୀ ଜୟଶ୍ରୀ ରେଡ୍ଡୀ ଓ କଣ୍ଟାମାଳ ତହସିଲଦାର ଶ୍ଵେତପଦ୍ମ ଯୋଶୀଙ୍କ ସମେତ କିଛି ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଳକର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Articles

Back to top button