Education

ପଲସାଗୋରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଏମ,ପି,ଏଚ, ଏସ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

 

କଣ୍ଟାମାଳ, 10/03/24 (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଲସାଗୋରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଓଡିଶା ରାଜ୍ୟ ଏମପିଏଚଡବ୍ୟୁ ୟୂନାଇଟେଡ଼ ସଙ୍ଘ ବୌଦ୍ଧ ତରଫରୁ ଏମପିଏଚଏସ ବିରଞ୍ଚି ସାହୁଙ୍କୁ ଅବସର କାଳୀନ ବିଦାୟ ସମର୍ଦ୍ଧନା ଦିଆଯାଇଥିଲା!ସେ ପଲସାଗୋରା ସେକ୍ଟରରେ ଦୀର୍ଘ ୧୫ବର୍ଷ ହେବ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପରିଦର୍ଶକ ଭାବରେ କାର୍ଯ୍ୟ କରି ଆସୁଥିଲେ।ଉତ୍ସବରେ ବୌଦ୍ଧ ଜିଲ୍ଲା ଇଏନଟି ସ୍ପେଶାଲିଷ୍ଟ ଡାକ୍ତର ଡି ସି ପଟ୍ଟନାୟକ, ଡାକ୍ତର ଏସ ଆର ଦଳାଇ, ଡି ଏମ ଆର ସି ଏଚ ଉତ୍ପଲ ପଟ୍ଟନାୟକ, ବୌଦ୍ଧ ମହାସଂଘର ସମ୍ପାଦକ ତାପସ କୁମାର ମିଶ୍ର, କୋଷାଧକ୍ଷ ସତ୍ୟନାରାୟଣ ମେହେର, ଉପସଭାପତି ସ୍ଵର୍ଣ୍ଣ ପ୍ରଭା ମହାପାତ୍ର ଓ କଣ୍ଟାମାଳ ବ୍ଲକ ସଂଘର ସମ୍ପାଦକ ବିପ୍ରଚରଣ ମହଲାଙ୍କ ସହିତ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ, ପରିଦର୍ଶକ, ପରିଦର୍ଶିକା ଉପସ୍ଥିତ ଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button