Education

ହାଜୀ ସେଖ ସମିର ଉଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟର ପାଣ୍ଠି କୁ ଅନୁଦାନ ପ୍ରଦାନ କରିଥିବା ସହୃଦୟ ସ୍କୁଲ ର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ମାରକ ପତ୍ର ସହ ସମ୍ମାନିତ କରାଯାଇଛି।

 

ତା୦୭-୦୩-୨୦୨୪, ଗୁରୁବାର ତିର୍ତ୍ତୋଲ, କୃଷ୍ଣାନନ୍ଦପୁର, ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ମୋ ସ୍କୁଲ ଅଭିଯାନ ପାଇଁ ହାଜୀ ସେଖ ସମିର ଉଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟର ପାଣ୍ଠି କୁ ଅନୁଦାନ ପ୍ରଦାନ କରିଥିବା ସହୃଦୟ ସ୍କୁଲ ର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ମାରକ ପତ୍ର ସହ ସମ୍ମାନିତ କରାଯାଇଛି।

ହାଜୀ ସେଖ ସମିର ଉଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୦ ମାଟ୍ରିକ ବେଜ ସର୍ବାଧିକ ଏକ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ସେହିପରି ମୀର ମହମ୍ମଦ କଲିମ, ମିର୍ଜା ସମସୁଦ୍ଦିନ ବେଗ୍ ଉପସ୍ଥିତ ହୋଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ସେଠୀ ଙ୍କ ଠାରୁ ସମ୍ମାନ ପତ୍ର ଟି ଧନ୍ୟବାଦ ସହ ଗ୍ରହଣ କରିଥିଲେ।ଭବିଷ୍ୟତରେ ସ୍କୁଲ ପାଣ୍ଠି କୁ ମଜବୁତ କରିବା ପାଇଁ ମୀର ମହମ୍ମଦ କଲିମ ଅଧ୍ୟକ୍ଷ ଆଲୁମୀନୀ ପ୍ରତିଜ୍ଞା ବଦ୍ଧ ହେଲେ।

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୂଜ ଓଡ଼ିଶା।

Related Articles

Back to top button