Country

ଜିଲ୍ଲାରେ ପ୍ରଥମ- ଚମ୍ପାପୁର ଠାରେ କାଇଞ୍ଚ ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଛତିଆ 9/3(ଆ, ପ୍ର ) ଜିଲ୍ଲା ଓରମାସ ଓ ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗର ମିଳିତ ସହଯୋଗରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ଠାରେ ପ୍ରଥମକରି କାଇଞ୍ଚ କାରିଗର ମାନଙ୍କ ପାଇଁ ଏକ ଦୁଇ ମାସିଆ କାଇଞ୍ଚ ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଚମ୍ପାପୁର ଓ ରଘୁଦାସପୁର ଆଦି ଦୁଇଟି ଗ୍ରାମରେ ଥିବା କାଇଞ୍ଚ କାରିଗର ମାନଙ୍କ ପାଇଁ ଏହି ଶିବିର ବେଶ ଫଳପ୍ରଦ ହେବ ବୋଲି ଶ୍ରୀ ମହାନ୍ତି କହି ଶିବିରର ସଫଳତା କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓରମାସର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷିତିଶ ଚନ୍ଦ୍ର ବଳ ଯୋଗଦେଇ ଏହି ଶିବିରରୁ ପ୍ରଶିକ୍ଷଣ ନେଇ ପ୍ରଶିକ୍ଷାର୍ଥୀ ମାନେ ନିପୁଣ କାଇଞ୍ଚ ଶିଳ୍ପୀର ମାନ୍ୟତା ପାଇବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଶିବିରରେ ଉପରୋକ୍ତ ଦୁଇଟି ଗ୍ରାମର ୩୦ ଜଣ ମହିଳା କାଇଞ୍ଚ କାରିଗର ତାଲିମ ନେଉଥିବା ବେଳେ ଡିଜାଇନର ବସୁମିତା ରାଉଳ ଓ ନିପୁଣ କାଇଞ୍ଚ ଶିଳ୍ପୀ ଦୀପ୍ତିରାଣୀ ବେହେରା ପ୍ରମୁଖ ପ୍ରଶିକ୍ଷିକା ଭାବେ ଯୋଗଦେଇଛନ୍ତି । 

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button