Religion

କେନ୍ଦ୍ରାପଡା ବ୍ଲକରେ ସୌରଶକ୍ତି ପ୍ରକଳ୍ପ ଉଦଘାଟନ

କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କେନ୍ଦ୍ରାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ସୌରଶକ୍ତି ପ୍ରକଳ୍ପର ଉଦଘାଟନ କରିଛନ୍ତି।ଏହି ପ୍ରକଳ୍ପ ଯୋଗେ ଜିଲାର ସମସ୍ତ ୩୯ ଗୋଟି ପଞ୍ଚାୟତର କାର୍ଯ୍ୟାଳୟ ଗୃହକୁ ସୌର ଶକ୍ତି ସମ୍ପନ୍ନ କରାଯିବ।ଏହାଦ୍ୱାରା ବିଦ୍ୟୁତ ଖର୍ଚ୍ଚ ହ୍ରାସ କରାଯିବା ସହ ବାତ୍ୟା ବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।କେନ୍ଦ୍ରାପଡା ବ୍ଲକ୍ ର ୨୭ ଓ ପଟ୍ଟାମୁଣ୍ଡାଇ ବ୍ଳକର ୧୨ ଗୋଟି ପଞ୍ଚାୟତ ଏହି ପ୍ରକଳ୍ପ ରେ ଅନ୍ତର୍ଭୁକ୍ତ କରାଯାଇଛି।ପ୍ରତି ପ୍ରକଳ୍ପ ପାଇଁ ୩ ଲକ୍ଷ ୨୮ ହଜାର ୫୮ ଟଙ୍କା ବ୍ୟୟ ଅଟକଳ ହୋଇଛି।ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button