Country

22ତମ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ

 

ନେଳିଆ ଗ୍ରାମ ସ୍ଥିତ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ଝୁମ୍ପାଣେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ମାସ ସାତ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି 22ତମ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି, ଅଙ୍କୁରୋପଣ କଳସଯାତ୍ରା ଘଟ ସ୍ଥାପନ ସୂର୍ଯ୍ୟ ପୂଜା ଗୋ ପୂଜା ଅଭିଷେକ ଚଣ୍ଡୀ ପାଠ ଶିବ ରୁଦ୍ରାଭିଷେକ ଗୀତା ଯଂଜ୍ଞ ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ରେ ମାନସ ନାୟକ ଓ ତାଙ୍କ ଧର୍ମ ପତ୍ନୀ ହରପ୍ରିୟା ନାଥ କର୍ତ୍ତା କର୍ତ୍ତୀ ଭାବରେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ଆଚାର୍ଯ୍ୟ ଗୁରୁ ପ୍ରସାଦ ଦାଶ ରବି ନାରାୟଣ ମିଶ୍ର ରାକେଶ କୁମାର ଦାଶ ବଳରାମ ପଣ୍ଡା ଓ ଦୁର୍ଗା ପ୍ରସାଦ ପତି ବେଦ ପାଠ କରିଥିଲେ, ପୂଜକ ନିରଞ୍ଜନ ସୁଧାକର ଚନ୍ଦ୍ର ଶେଖର ପାଢ଼ୀ ଯଥା ରୀତି ଓ ନୀତି ଅନୁସାରେ ମହାଦେବ ଙ୍କୁ ମାର୍ଜନା କରିଥିଲେ, ପୂର୍ଣ୍ଣାହୁତି ରେ ବିଧାୟକ ଅମର ପ୍ରସାଦ ଶତପଥି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମିତି ସଭ୍ୟା ଗୀତାଞ୍ଜଳି ବେହେରା ସମାଜ ସେବୀ ବିଭୁତି ଭୂଷଣ ଦାଶ ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ୱାଇଁ ଟେ ଟ୍ରା ହେଡନ ଚେୟାରମ୍ୟାନ ତ୍ରିଦେବ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ଯଂଜ୍ଞ କମିଟି ର ସଭ୍ୟ ସୂର୍ଯମଣୀ ତ୍ରିପାଠୀ ଅଶୋକ ତ୍ରିପାଠୀ ଧନଞ୍ଜୟ ନାୟକ ଆମ୍ବୁଜ ବସନ୍ତିଆ ମନୋଜ ନାୟକ ରବି ନାରାୟଣ ତ୍ରିପାଠୀ ଘନଶ୍ୟାମ ସାହୁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ସହଯୋଗ କରିଥିଲେ, ବାବୁଲି ବେହେରା ବଳରାମ ବେହେରା ଓ ସାଥିମାନେ ଭଜନ ସମାରୋହ ପରିବେଷଣ କରିଥିଲେ,ସନ୍ତୋଷ ବେହେରା ଉମେଶ ବେହେରା ଅଚୁତ ବେହେରା ଙ୍କ ତତ୍ୱା ବଧାନ ରେ ଗ୍ରାମ ର ଗୋପାଳ ଭାଇ ମାନେ ଚିତା କର୍ଷକ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ, ସମସ୍ତ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,,

Related Articles

Back to top button