ବସନ୍ତ ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ବ୍ୟକ୍ତି ବିଶେଷ ମହିଳାଙ୍କୁ ସମ୍ବର୍ଦ୍ଧନା।


କଣ୍ଟାମାଳ ତା ୯/୩:(ପ୍ରଭାତ କୁମାର ସାହୁ) ନୂଆଁଦିଲ୍ଲୀସ୍ଥିତ ବସନ୍ତ ସୋସିଆଲ ଫାଉଣ୍ଡେସନ (ବି ଏସ ଏ ) ତରଫରୁ ମନମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ” ଆନ୍ତର୍ଜାତୀୟ ମହିଳା ଦିବସ – ୨୦୭୪” ପାଳନ କରାଯାଇଛି। ବି ଏସ ଏ ର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତରଭା ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତି ମିଶ୍ର, ସମ୍ମାନିତ ଅତିଥିଭାବେ ବିନିକା ମହାବିଦ୍ୟାଳୟର ଅଧ୍ୟକ୍ଷା ରେଖା ପ୍ରଧାନ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ବଲପୁର ସର୍କଲ ମୁଖ୍ୟ ଅଜିତ କୁମାର ମେହେର, କଣ୍ଟାମାଳ ସିଡିପିଓ ଜ୍ୟୋସ୍ନାରାଣୀ ପାଢ଼ୀ, ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା, ମନମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ସହକାରୀ ଶିକ୍ଷକ ସମ୍ବିତ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀ ଓ ପୁରୁଷ ମଧ୍ୟରେ ଥିବା ଲିଙ୍ଗ ଭିତ୍ତିକ ଭେଦଭାବର ସଫଳ ମୂଳୋତ୍ପାଟନ ଓ ସମାନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବି ଏସ ଏ ର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର କହିଥିଲେ।ମହିଳା ମାନେ ଆଜିର ଯୁଗରେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ ଆଉ କମ୍ ନ ଥିବା, ଅନେକ କ୍ଷେତ୍ରରେ ପୁରୁଷଙ୍କ ଠାରୁ ନାରୀ ଆଗରେ ରହିଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ ଓ ନାରୀ ଆଉ ଅବଳା, ଦୂର୍ବଲା ଓ ଚାରିକାନ୍ଥ ଭିତରେ ସିମିତ ନ ଥିବା , ସ୍ବାବଲମ୍ବୀ ହୋଇଥିବା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ସୁନାମ ଅର୍ଜନ କରିପାରିଥିବା ନେଇ ଅନେକ ମହିୟସୀ ମହିଳାଙ୍କ ଉଦାହରଣ ଦେଇଥିଲେ। ଏହି ଅବସରରେ ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ୩୫ ଜଣ ମହିଳାଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା,ଶିକ୍ଷକ, ଶିକ୍ଷିକା, ଶିକ୍ଷାୟତନ, ସମାଜସେବା ପାଇଁ କାମ କରି ଆସୁଥିବା ବସନ୍ତ ସୋସିଆଲ ଫାଉଣ୍ଡେସନ ପ୍ରଥମ ଥର ମହିଳାମାନଙ୍କ ପାଇଁ କାମ କରି ସମ୍ବର୍ଦ୍ଧିତ କରିବା କାର୍ଯ୍ୟକୁ ସମ୍ବର୍ଦ୍ଧିତ ମହିଳାଗଣ ଭୂୟସୀ ପ୍ରଶଂସା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ପରିଚାଳନା କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




