Religion

ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବପୀଠରେ ଧୁମ ଧାମ ରେ ପାଳିତ ମହାଶିବରାତ୍ରି…..

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଥିବା ଦେବ ଦେବ ମହାଦେବ ଙ୍କ ସମସ୍ତ ପୀଠରେ ଆଜି ମହା ଶିବରାତ୍ରି ଵା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି l ଭାରତୀୟ ସଂସ୍କୃତି ଓ ପରାମର୍ଶ ନେଇ ରାତ୍ରି ମଧ୍ୟରେ ଶ୍ରେଷ୍ଠ ମହା ଶିବରାତ୍ରି l ଓଡିଆ ବାରମାସ ଭିତରୁ ଫାଲ୍ଗୁନ ମାସ କୃଷ୍ଣ ଚତୁର୍ଦଶୀ ରେ ଏହି ମହାପର୍ବ ଶିବରାତ୍ରି ପାଳନ କରାଯାଏ l ପୁରାଣ ବର୍ଣିତ ଅନୁଯାଇ ସମୁଦ୍ର ମନ୍ଥନ ରୁ ବାହାରିଥିବା ବିଷ କୁ ଦେବ ଦେବ ମହାଦେବ ପାନ କରି ସଂଜ୍ଞl ହୀନ ହୋଇଥିବାରୁ ଚେତା ଫେରିବା ପର୍ଯ୍ୟନ୍ତ ଭକ୍ତ ଓ ଦେବଗଣ ଦୀପ ଜାଳି ଉଜାଗର ରହିଥିବା ରୁ ଏହି ଦିନକୁ ଜାଗର ଯାତ୍ରା ବୋଲି ମଧ୍ୟ କୁହାଯାଏ l ତେଣୁ ମହାଶିବ ରାତ୍ରି ରେ ନିର୍ଜଳା ଉପବାସ ରହି ଶୈବ ଭକ୍ତ ମାନେ ମହାଦୀପ ଉଠିବା ପର୍ଯ୍ୟନ୍ତ ଉଜାଗର ରହି ଦୀପ ଜାଳି, ଶିବ ପଞ୍ଚକ୍ଷରୀ ମନ୍ତ୍ର ଜପ କରିଥାନ୍ତି l ସେହିଭଳି ଆଜି ହରଭଙ୍ଗା ବ୍ଲକ ର ହରଭଙ୍ଗା, ଭେଜିଗୋରା, କୁମାରୀ, ତଳ ଗାଁ, କରଞ୍ଜ କଟା, ଆଡେନି ଗଡ଼, ଚାରିଛକ, ପୁରୁଣାକଟକ, ବୁରୁବୁଡ଼ା, ତିଲେଶ୍ୱର, ରାମଗଡ,ଧଳପୁର,ଖରଭୂଇଁ,ସାକୁସିଙ୍ଗା, ବିରାମଚନ୍ଦ୍ରପୁର, କରଡ଼ି, ବଘାର ପାଲି, ସରସରା, ହରେକୃଷ୍ଣ ପୁର, ଆଦି ଗ୍ରାମରେ ଗୁଡିକ ରେ ଥିବା ଶୈବ ପୀଠରେ ଜାଗର ଯାତ୍ରା ପାଇଁ ଭକ୍ତ ଙ୍କ ଗହଳି ସକାଳ ଠାରୁଲାଗି ରହିଥିବା ଦେଖୁବାକୁ ମିଳିଛି l ବିଭିନ୍ନ ପୀଠ ରେ ନାମ ସଂକୀର୍ତନ, ହରିନାମ, ପlରାୟଣ, ସହିତ ନାଚ ଗୀତ, ଯାତ୍ରା ଆଦି ସଂlସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାର ଦେଖିବାକୁ ମିଳିଥିଲା ସେହିପରି ଆଜି ଭେଜିଗୁଡା ଠାରେ ବାବା ପେଟାସ୍ଵର ମନ୍ଦିରର ରୂପାନ୍ତକରଣ ହୋଇଛି l ଏହାକୁ ମନ୍ତ୍ରୀ ପ୍ରଦୀପକୁମାର ଅମାଦ ଉଦଘାଟନ କରିଥିଲେ l ଏହି ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ,ଗ୍ରାମ ସଭାପତି ରବିନ୍ଦ୍ର ପାତ୍ର ସମେତ ଗ୍ରାମବାସୀ ଓ ଭକ୍ତ ମାନେ ଉପସ୍ଥିତ ଥିଲେ l

Related Articles

Back to top button