ସିଧେଶ୍ୱର ମହାଦେବ ମନ୍ଦିର ରେ ବିଶ୍ୱ ଶାନ୍ତି ମହାଯଂଜ୍ଞ


ନେଳିଆ ପଂଚାୟତ ରଙ୍ଗୀଦାସପୁର ସ୍ଥିତ ସିଧେଶ୍ୱର ମହାଦେବ ମନ୍ଦିର ରେ ଚଳିତ ମାସ ଛ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ସପ୍ତମ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ ହେଉଅଛି, ପ୍ରଥମ ଦିନ ସନ୍ଧ୍ୟା ରେ ମା ମଙ୍ଗଳା ଭଜନ ସନ୍ଧ୍ୟା ଦ୍ୱିତୀୟ ଦିନ ଶ୍ରୀକ୍ଷେତ୍ର ଭଜନ ମଞ୍ଚ ରେ ପ୍ରିୟଙ୍କା ପତି ସନତ କୁମାର ତୃତୀୟ ଦିନ ସିଧେଶ୍ୱର ମହାଦେବ ଗ୍ରୁପ ଡ୍ୟାନସ ଦ୍ୱାରା ଆୟୋଜନ କରାଯାଇଥିଲା ଚିତାକର୍ଷକ ନୃତ୍ୟ ପ୍ରତିଯୋଗିତା, ଆସନ୍ତା କାଲି ପତିତପାବନ ଙ୍କ ସୁଲଳିତ କଣ୍ଠଶ୍ୱର ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିବ, ଇଷ୍ଟର୍ନ ଫୁଡ ରାଇସ ମିଲ ମ୍ୟାନେଜର ବିଦ୍ୟାଧର ମହାନ୍ତି ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ଯଂଜ୍ଞ ରେ ଉପେନ୍ଦ୍ର ସାମଲ ତାଙ୍କ ପତ୍ନୀ ଶୈଳ କର୍ତ୍ତା କର୍ତ୍ତୀ ସୁବାସ ବେହେରା ତାଙ୍କ ପତ୍ନୀ ମମତା ଓ ନରନ୍ଦ୍ର ସାମଲ ତାଙ୍କ ପତ୍ନୀ କମଳୀ ଉପ କର୍ତ୍ତା କର୍ତ୍ତୀ ଭାବରେ ଦାଇତ୍ୱ ତୁଲାଉଛନ୍ତି, ପଣ୍ଡିତ ଆଚାର୍ଯ୍ୟ ସନ୍ତୋଷ ପାଢ଼ୀ ଓ ସାଥି ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରୁଛନ୍ତି, ସିଦ୍ଧଗିରି ଆଶ୍ରମ ର ମହନ୍ତ ବାବାଜୀ ବିଶ୍ୱନାଥ ଦାଶ ମହାରାଜ ଆୟୋଜିତ ସାଧୁ ସମିଳନୀ ରେ ଯୋଗ ଦେବେ, ପୂଜକ ଅମୀୟ କୁମାର ଶତପଥି ଯଥା ରୀତି ନୀତି ଅନୁସାରେ ପୂଜାର୍ଚନା କରୁଛନ୍ତି ଚାରୀ ଦିନ ବ୍ୟାପି ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, କୂଳମଣି ସାମଲ କୃଷ୍ଣ ଚନ୍ଦ୍ର ସାମଲ ଶିଶିର ପରିଡା ଭାଗ୍ୟଧର ପ୍ରଧାନ ଅରୁଣ ସାମଲ ଗଣେଶ୍ୱର ରାଉତ ଶତ୍ରୁଘ୍ନ ପରିଡା ଦିଲୀପ ରାଉତ ଭରତ ପରିଡା ପ୍ରମୁଖ କାର୍ଯ୍ୟ କ୍ରମ କୁ ମୁଖ୍ୟାଂଶ ରେ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି,ଆଜି ପବିତ୍ର ଜାଗର ମହାଦୀପ ରାତି 12ଟା ପରେ ଉଠିଥିଲା,ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶବ୍ଧ ରେ ମନ୍ଦିର ପରିବେଶ ମୁଖରିତ ହୋଇଉଠିଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



