Religion
ଗବଜୋରରେ ସପ୍ତମ ବାର୍ଷିକ ବିଶ୍ଵ ଶାନ୍ତି ବୈଦିକ ଦେବ ଯଜ୍ଞ ଉତ୍ସଵ ଅନୁଷ୍ଠିତ!


କଣ୍ଟାମାଳ, ୮/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସିମିଲିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର୍ ଗ୍ରାମର ଦୟାନନ୍ଦ ତପୋଭୂମିର ସପ୍ତମ ବାର୍ଷିକ ବିଶ୍ଵଶାନ୍ତି ବୈଦିକ ଦେବଯଜ୍ଞ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଦୁର୍ଯୋଧନ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଯଜ୍ଞରେ ଯଜମାନ ଭାବରେ ଅନୁଷ୍ଠାନର ସଭାପତି ଲକ୍ଷ୍ମଣ ଭୋଇ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଭୋଇ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ । ପରେ ତପୋଭୂମିର ସମ୍ପାଦକ ପଣ୍ଡିତ ନିରଞ୍ଜନ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଦୀନକୃଷ୍ଣ ଜୀ,ବିରଞ୍ଚି ଷାଣ୍ଢ,ଭାଗିରଥି ଆର୍ଯ୍ୟ,ରଘୁନାଥ ଆର୍ଯ୍ୟ ଓ ଲୋଚନ ବିଶିଙ୍କ ଧର୍ମ ଚେତନା ବକ୍ତବ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ବେଶ ମନଛୁଆଁ ହୋଇଥିଲା । ବୈଦ୍ୟନାଥ ଜାଲଙ୍କ କଣ୍ଠରେ ବୈଦିକ ଭଜନ ପରିବେଷଣ ହେଇଥିଲା । ବିରସିଂପୁର ଆର୍ଯ୍ୟ ସମାଜ ଓ ଫଗୁଣାମାଲ୍ ଆର୍ଯ୍ୟସମାଜର ସଦସ୍ୟମାନେ ସହଯୋଗ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



