State

ରାଜlବସା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଲାଗୁନି ଚାଷୀଙ୍କ କାର୍ଯ୍ୟରେ

,

 

 

 

ହରଭଙ୍ଗା :(ଚିତ୍ତରଞ୍ଜନସିଂ) କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ନିର୍ମିତ ରାଜlବସା ପ୍ରକଳ୍ପ ଆସୁନି କୃଷି ଓ କୃଷକ କାର୍ଯ୍ୟରେ l କୃଷକଙ୍କୁ ସ୍ବପ୍ନ ଦେଖାଇ 14କୋଟି ଟଙ୍କା ର ପ୍ରକଳ୍ପ ଆଜି ଅଲୋଡ଼ା ହେବା ସହିତ ପୋତି ହୋଇ ମରୁଭୂମି ପାଲଟିଛି l ବାସ୍ତବ ଚିତ୍ର ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଆଦିମ ଅଧିବାସୀ ମହାଲିକ ପଡା ପଞ୍ଚାୟତ ରାଜlବସା ପ୍ରକଳ୍ପ l ଏହି ପ୍ରକଳ୍ପ ର ନାମ ସହିତ ବୌଦ୍ଧ ରାଜବଂଶ ର ଐତିହ୍ୟ ଜଡିତ l ବୌଦ୍ଧ ରାଜବଂଶ ର ଆମୋଦ ପ୍ରମୋଦ ପାଇଁ ଘଞ୍ଚ ବନାନୀ ଓ ମନୋରମ ପରିବେଶ ଥିଲା ରାଜlବସା l ଯାହାକି ଆଜିର ମହାଲିକ ପଡା ପଞ୍ଚାୟତ ଅନ୍ତର୍ଗତ ସଂକୁରି ନିକଟସ୍ଥ ବଡ ଜୋର ନାଳ ରେ ରାଜ ରାଜୁଡା ସମୟରୁ ଥିବା ଦୁଇଟି ବିରାଟ କାୟ ଚୌକି ସଦୃଶ୍ୟ ପଥର ଚଟାଣ l ପୂର୍ବେ ବୌଦ୍ଧ ରାଜା ଜଙ୍ଗଲ ପରିଭ୍ରମଣ ଓ ଆମୋଦ ପ୍ରମୋଦ ରେ ପlତ୍ର ମନ୍ତ୍ରୀ ଙ୍କ ସହିତ ଜଙ୍ଗଲ ବିହାର କରିବା ପାଇଁ ଆସୁଥିବା ସମୟରେ ଏହି ସ୍ଥାନରେ ବିଶ୍ରାମ ନିଅନ୍ତି ତେଣୁ ଏହାର ନାମ ରାଜା ବସା l ଏହା ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ରେ ବୌଦ୍ଧ ରାଜବଂଶ ର ବହୁ ଐତିହ୍ୟ ଆଜିବି ଲୁଚି ରହିଛି l ରାଜା ବସା ପ୍ରକଳ୍ପ ଘଟଣା କୁ ବିଚାର କଲେ 2009ମସିହାରେ ରାଜାବସl ଠାରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ 9କୋଟି ଟଙ୍କାର ଏକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରି କାର୍ଯ୍ୟ ଆରମ୍ଭ କରିଥିଲା ଓ 2017ସୁଦ୍ଧା କ୍ରାର୍ଯ୍ୟ ଶେଷ ହୋଇ 14କୋଟି ବ୍ୟୟ ଅଟକଳ ଖର୍ଚ୍ଚ ହୋଇଥିଲା l ଏହି ପ୍ରକଳ୍ପ ରୁ କୃଷି କାର୍ଯ୍ୟ ପାଇଁ ମହାଲିକ ପଡା, କୁଶଙ୍ଗ, ହରଭଙ୍ଗା ଭଳି 3ଗୋଟି ପଞ୍ଚାୟତ ର ସଂକୁରି, ପଇଦାଭୂଇଁ, ଭାବପୁର, ହାତୀଗଡ, ଘୁଙ୍ଗୁରୁପଡା, ନୂଆପଡା, କୁମାରୀ, ଅତଲସରା, କୁଶଙ୍ଗ, ଭଗାମୁଣ୍ଡା,ଅଯୋଧ୍ୟା, ଅରଖପଦର, କୁଟୀଝlର ଭଳି 13ଖଣ୍ଡ ମୌଜା ର ଚାଷୀ ଚାଷ କାର୍ଯ୍ୟ ରେ ପାଣି ମଡାଇବା ପାଇଁ ଉକ୍ତ ରାଜା ବସା ପ୍ରକଳ୍ପ କରାଯାଇ ବୌଦ୍ଧ ରାଜାବସl ଐତିହ୍ୟ ର ଦୁଇଟି ଚଟାଣ କୁ ଭାଙ୍ଗି ତିଆରି ହୋଇଥିଲା l ବୌଦ୍ଧ ରାଜ ବଂଶ ଐତିହ୍ୟ ଏହି ପ୍ରକଳ୍ପ ରେ ବିଲୁପ୍ତ ହେବା ସହିତ ଏବେ କୌଣସି କାର୍ଯ୍ୟ ରେ ଲାଗୁନାହିଁ ଏହି ପ୍ରକଳ୍ପ l 14କୋଟି ଟଙ୍କା ପାଣିରେ ପଡି ବର୍ତମାନ ପୋତି ହୋଇ ମରୁଭୂମି ପାଲଟିଛି l ଏହି ପ୍ରକଳ୍ପ 2024ସୁଦ୍ଧା କେବେବି କାର୍ଯ୍ୟକାରୀ କିମ୍ବା ରକ୍ଷଣା ବେକ୍ଷଣ କରିନି କ୍ଷୁଦ୍ର ଜଳ ସେଚନ ବିଭାଗ!ଠିକାଦାର ଓ ଯନ୍ତି ଙ୍କ ମଧୁ ଚନ୍ଦ୍ରିକାରେ ଉକ୍ତ ପ୍ରକଳ୍ପ ଆଜି ବୌଦ୍ଧ ର ଐତିହ୍ୟ ବିଲୁପ୍ତ l ଅନ୍ୟ ପଟେ ବିଶେଷ ସୂତ୍ରରୁ ପ୍ରକାଶ ପାଉଛି ଜେ ହରଭଙ୍ଗା ବ୍ଲକ ତୀରଡ଼ ଠାରେ ନିର୍ମାଣ ହୋଇଥିବା ବୃହତ ପାର୍ବତ୍ୟ ଗିରି ଉଠା ଜଳ ସେଚନ ପ୍ରକଳ୍ପ ସରକାର ହାତକୁ ନେଇ ଥିବାରୁ ରାଜାବଷା ପ୍ରକଳ୍ପ କାର୍ଯ୍ୟକାରୀ ସ୍ଥଗିତ ରହିଥିବା ଜଣା ପଡିଛି l ଏହି ଦୁଇ ପ୍ରକଳ୍ପ କୁ ନେଇ ହରଭଙ୍ଗା ବ୍ଲକ ର ବୁଦ୍ଧି ଜିବି, କୃଷକ, ପରିବେଶ ବିତ, ଙ୍କ ମଧ୍ୟରେ ଆଲୋଚନା ଓ ସମାଲୋଚନା ର ବିଷୟ ଦୁଇଗୋଟି ପ୍ରକଳ୍ପ କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ସୁ ବିଚାର କରି କୃଷି କ୍ଷେତ୍ରରେ ଜଳର ସମସ୍ୟା ର ତ୍ୱରାନ୍ୱିତ କରିବା ସହିତ ସମସ୍ୟା ଦୂର ନ ହେଲେ 2024ସାଧାରଣ ନିର୍ବାଚନ ରେ ଅଂଚଳ ବାସି ତ୍ରୀଦଳୀୟ ରାଜ ନୈତୀୟ ଙ୍କୁ ଉଚିତ ଜବାବ ଦେବେ ବୋଲି ଚେତାବନୀ ଆସୁଛି l

Related Articles

Back to top button