Religion
ସୋଲର ଲୋକେଶ୍ୱର ମନ୍ଦିର ରେ ଅଷ୍ଟ ପ୍ରହର ନାମଯଂଜ୍ଞ


ସୋଲର ଲୋକେଶ୍ୱର ମନ୍ଦିର ରେ ପ୍ରତି ବର୍ଷ ପରି ଚଳିତ ମାସ ସାତ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଠାକୁର ଙ୍କ ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମଯଂଜ୍ଞ ରେ ଯୋଗ ଦାନ କରିଥିଲେ, ଶିବାଜୀ ରାଉତ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଦୀପକ ମହାପାତ୍ର ବେଦ ମନ୍ତ୍ର ପାଠ କରିଥିଲେ, ମନ୍ଦିର ପରିଚାଳନା କମିଟି ସମସ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଗ୍ରାମ ବାସି ଓ଼ଗେରେ ଏଥିରେ ସହଯୋଗ କରିଥିଲେ, ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ଗତ କାଲି ରାତି 12ଟାରେ ମନ୍ଦିର ର ମହାଦୀପ ଉଠିଥିଲା, ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ରେ ମନ୍ଦିର ପରିବେଶ ମୁଖରିତ ହୋଇଉଠିଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



