Education

ଘଣ୍ଟାପଡ଼ା ହାଇସ୍କୁଲରେ ମୂଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଉତ୍ସବ,

କଣ୍ଟାମାଳ , ୮/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଆଲୁମିନିମାନଙ୍କୁ ମୁଖମନ୍ତ୍ରୀଙ୍କ ଧନ୍ୟବାଦପତ୍ର ପ୍ରଦାନ ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପଣ୍ଡାଙ୍କ ଆବାହକତ୍ଵରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କଦ୍ଵାରା ୫ଟି ରୂପାନ୍ତରିତ ହାଇସ୍କୁଲରେ ଉଚ୍ଚକୋଟୀର ଶିକ୍ଷା, ସ୍ମାର୍ଟ କ୍ଲାସ, ସ୍କାର୍ଟ ବୋର୍ଡ, ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧାରେ ଅଭିଜ୍ଞ ଶିକ୍ଷକଙ୍କ ଶିକ୍ଷାଦାନ ଏବଂ ମୋ ସ୍କୁଲ ଅଭିଯାନ ପରି ପଦକ୍ଷେପ ଯୋଗୁଁ ସ୍କୁଲ ଏକ ମାଇଲଖୁଣ୍ଟ ସାଜିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ଆଲୁମିନୀ ଅଧ୍ୟକ୍ଷ ସୁଶାନ୍ତ ମାଝୀ ଏବଂ ଉକ୍ତ ବିଦ୍ୟାଳୟ ସ୍ଥାପନର ପ୍ରଥମ ବର୍ଷର ଛାତ୍ର ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉପରେ ବକ୍ତବ୍ଯ ରଖିଥିଲେ ଏବଂ ଅତିଥିମାନଙ୍କ ଦ୍ଵାରା ମୋ ସ୍କୁଲ ଅଭିଯାନରେ ସର୍ବାଧିକ ଆର୍ଥିକ ସାହାଯ୍ୟ କରିଥିବା ପୁରାତନ ଛାତ୍ର ଆଶିଷ କୁମାର ସାହୁ, ସୁଶାନ୍ତ କହଁର, ଅଭିମନ୍ୟୁ ମଲିକ ଓ ଶ୍ରବଣ କୁମାର ଦେହୁରୀଙ୍କୁ ସ୍ୱତନ୍ତ୍ରଭାବେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ସହ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା।ପରେ ସମସ୍ତ ଉପସ୍ଥିତ ଆଲୁମିନୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦପତ୍ର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଆଲୁମିନି ଅଧ୍ୟକ୍ଷ ଶ୍ରୀ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଲିପୁନପ୍ରଧାନ, ଚନ୍ଦ୍ରକାନ୍ତ ବେହେରା , ଆକାଶ ମେହେର, ସୁବାସ ସାହୁ, ଶାନ୍ତାନୁ ସେଠୀ, ଦୁର୍ଗା ଶଙ୍କର ପଣ୍ଡା, ବିଭୂତି ଭୂଷଣ ଦୁର୍ଗା, ମୁକେଶ ମଲିକ, ସୁପ୍ରଭା ଦେହୁରୀ ,ମନ୍ଦାକିନୀ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button