ଜଣେ ଦେବୀଭକ୍ତ ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା–ବ୍ୟକ୍ତି ଏକ ଜ୍ଞାନ ଅନେକ !


ତିର୍ତ୍ତୋଲ –: ବ୍ୟକ୍ତି ଏକ ଜ୍ଞାନ ଅନେକ ! ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଙ୍କ ଭକ୍ତ ତଥା ଠାକୁରାଣୀ ଙ୍କ ବଡସିଂହାର ବେଶ ପାଇଁ, ନିତିଦିନ ଫୁଲହାର ଅର୍ପଣ କରିଆସୁଥିବା ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ନିର୍ମାୟା ଚରିତ୍ର ! ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସବୁରି ପ୍ରିୟ କନକପୁର ନିବାସୀ ସାରଦା ପ୍ରସାଦ ମହାନ୍ତି ଇହଧାମ ତ୍ୟାଗ କରିବା ଏଗାର ଦିନ ବିତିଯାଇଥିଲେ ବି ଜନମାନସରୁ ଲିଭି ଯାଇନି ତାଙ୍କର ସ୍ମୃତିଗାଥା !ତାଙ୍କର ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ, ତାଙ୍କର ପୁତ୍ର ଅରବିନ୍ଦ ମହାନ୍ତି ଓ ଶିବାନନ୍ଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥଲେ । ଆଦିକବି ସାରଳା ଦାସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ , ଆଇନଜୀବି ମହେଶ ମହାନ୍ତି , ପୁର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଜେନା , ଡଃ ମୀନାକ୍ଷୀ ମହାନ୍ତି , ଡଃ ବିରେନ୍ଦ୍ର କୁମାର ପରିଜା , ଭାଗିରଥୀ ମହାନ୍ତି , ସତ୍ୟଜିତ ମହାନ୍ତି , ହୃଷୀକେଶ ରାୟ , ବରଦା ପ୍ରସନ୍ନ ମହାନ୍ତି , ଦୀପକ ଦାସ , ଅନୀଲ ମହାନ୍ତି, ବରଦା ପ୍ରସାଦ ଦାସ , ଜୟଶ୍ରୀ ମହାନ୍ତି , ମମତା ମହାନ୍ତି , ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଶାରଳା ମନ୍ଦିରର ପଣ୍ଡା ସେବକ ଓ ପ୍ରାଶାସନିକ ଅଧିକାରୀ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ, ସ୍ୱର୍ଗତ ସାରଦା ପ୍ରାସାଦ ମହାନ୍ତି, ମାଆ ଶାରଳାଙ୍କର ଜଣେ ନିତ୍ୟ ଓ ସେବକ ଏବଂ ଜଣେ ସରଳ ମିଷ୍ଟଭାଷୀ ଓ ଆଦର୍ଶ ଭଲମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଐଶୂର୍ଯ୍ୟା, ରୀତା , ବାପୁ, ବାପୁନ୍, ଦିପୁ , ଡୁ ଡୁୂ, ବିକି ଓ ବିଦ୍ୟୁତ୍ ଲତା ମହାନ୍ତି ପ୍ରମୁଖ ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !



