Education

ଆଦର୍ଶ ଶିକ୍ଷକ ଙ୍କ ଅବସର ଗ୍ରହଣ

ନେଳିଆ ଗ୍ରାମ ପଂଚାୟତ ନେଳିଆ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ତ୍ରିପାଠୀ, ସହକାରୀ ଶିକ୍ଷକ, ଗ୍ରାମ ପଞ୍ଚାୟତ ପବ୍ଲିକ ହାଇସ୍କୁଲ, ଝରଣୀ ରୁ ଦୀର୍ଘ ତିରିଶି ବର୍ଷ ଶିକ୍ଷକତା କରି ତା ୨୯-୦୨-୨ ୦୨୪ରିଖ ଦିନ ଅବସର ଗ୍ରହଣ କରିଛନ୍ତି l ତାଙ୍କର ଶାନ୍ତ ସରଳ ସ୍ଵଭାବ, ଇଂରାଜୀ , ଓଡ଼ିଆ ସାହିତ୍ୟ, ଇତିହାସ ଭୂଗୋଳ ଜ୍ଞାନ ଏ ଅଞ୍ଚଳରେ ଡାକ୍ତର ,ଇଞ୍ଜିନିୟର, ଓକିଲ ବ୍ୟାଙ୍କ୍ ଅଫିସର, ଶିକ୍ଷକ, ଅଧ୍ୟାପକ ସୃଷ୍ଟି କରିବାରେ ସହାୟକ ହୋଇଥିଲା l ଏପରି ଜଣେ ପ୍ରବୀଣ ଶିକ୍ଷାବିତ୍ ଅବସର ଗ୍ରହଣ କରିବା ସମସ୍ତଙ୍କୁ ମର୍ମାହତ କରିଛି l ସ୍କୁଲ କମିଟି, ପୁରାତନ ଛାତ୍ରଛାତ୍ରୀ କମିଟି ତରଫରୁ ତାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଶ୍ରୀ ଆଶାଦୂଲ୍ଲା ଖାନ, କୌଶିକ ମେହେର, ବିମ୍ବାଧର ମେହେର, ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବହାଲିଆ, ଶ୍ରୀମତୀ ଚନ୍ଦ୍ରମା ମେହେର ,ସମସ୍ତ ଶିକ୍ଷକ କର୍ମଚାରୀ, ସହ ସହ ପୁରାତନ ତଥା ବର୍ତ୍ତମାନ ଛାତ୍ର ଛାତ୍ରୀ, ଅଭିଭାବକ ସମସ୍ତେ ପ୍ରିୟ ତ୍ରିପାଠୀ ସାର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ତାଙ୍କର ନିରୋଗ ଓ ଦୀର୍ଘାୟୁ ଜୀବନ କାମନାପୂର୍ବକ ମହା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button