State

ରୋଗୀ କଲ୍ୟାଣ ସମିତି ଓ ସାଧାରଣ ପରିଷଦ ବୈଠକ

 

ହରଭଙ୍ଗା ( ଚିତ୍ତରଞ୍ଜନସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ଗୋଷ୍ଠୀ ସ୍ଵସ୍ଥ୍ୟ କେନ୍ଦ୍ର ରେ ହରଭଙ୍ଗା ଏ ବିଡ଼ିଓ ସୁବାସ ଯାନୀ ଙ୍କ ଅଧକ୍ଷତା ରେ ରୋଗୀକଲ୍ୟାଣ ସମିତି ର କାର୍ଯକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅପରାହ୍ନ ରେ ରୋଗୀକଲ୍ୟାଣୀ ସମିତି ର ସାଧାରଣ ପରିଷଦ ବୈଠକ ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କ ପ୍ରତିନିଧି ଭାବେ ରବିଚନ୍ଦ୍ର ପ୍ରଧାନଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସିଡିପିଓ ଦୀପ୍ତି ମୟୀ ପାତ୍ର,, ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ଡାକ୍ତର ରଜତ ମହାନନ୍ଦିଆ, ତୀରଞ୍ଜିବି ପ୍ରଧାନ, ବିପିଏମ ଅରୁଣ ପାଢ଼ୀ, ଫାର୍ମାସିଷ୍ଟ ଅଭୟ ସାହୁ,ବରିଷ୍ଠ ସଦସ୍ୟ, ପ୍ରମୁଖ ଉପସ୍ଥିତ ରହି ମେଡିକାଲ ର ସ୍ୱଚ୍ଛ ନିର୍ମଳ ପରିବେଶ ଉପରେ ଆଲୋଚନା କରିବା ସହ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ ଙ୍କ ଉତ୍ତମ ସମ୍ପର୍କ, ରୋଗୀଙ୍କ ପାଇଁ ନୂତନ ବେଡ଼ ସିଟ ଆବଶ୍ୟକତା ଥିବା ନେଇ ବୈଠକ ରେ ପୁଙ୍ଖାନୁପୁଙ୍କ ଆଲୋଚନା ହୋଇଥିଲା ପରିଶେଷରେ ବକେୟା ଥିବା ମେଡିକାଲ ରୋଗୀକଲ୍ୟାଣ ସମିତି ର ଅର୍ଥ ପ୍ରଦାନ ପାଇଁ ସିଡ଼ିଏମୋ ଙ୍କୁ ଅବଗତ କରାଇବା ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣଧୀନ ଥିବା ଅସମ୍ପୂଣ ଶୌଚାଳୟ ର ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ବ୍ଲକ ଜଳ ପରିମଳ କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଉକ୍ତ ସାଧାରଣ ପରିଷଦ ବୈଠକ ବର୍ଷକୁ ଦୁଇଥର ବସିବା ଏବଂ କାର୍ଯ୍ୟକାରେଣି ବୈଠକ ପ୍ରତି ତିନି ମାସ ରେ ଥରେ ବସିବା ପାଇଁ ବୈଠକ ନିଷ୍ପତି ନିଆଯାଇଥିଲା l

Related Articles

Back to top button