କଣ୍ଟାମାଳ କଲେଜ ପରିସରରେ ନୂତନ ଏକାଡେ଼ମିକ କୋଠାକୁ ଉଦଘାଟନ କଲେ ବିଧାୟକ


କଣ୍ଟାମାଳ, ୭/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲେଜ ପରିସରରେ ନୂତନ ଏକାଡେ଼ମିକ କୋଠାକୁ ବିଧାୟକ ଉଦଘାଟନ କରିଛନ୍ତି l ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲାଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଉତ୍ତମ ଶିକ୍ଷାପାଇଁ ଉତ୍ତମ ଏକାଡେମିକର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପାଳ ଜେ. ସୋନାଲ , ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ପରିଚାଳନା କମିଟି ସଭାପତି ଭବାନୀ ଶଙ୍କର ରାଉତ ପ୍ରମୁଖ ଯୋଗଦେଇ “ଏକାଡେମିକରେ ଛାତ୍ରଛାତ୍ରୀ ” ଉପରେ ଆଲୋଚନା କରିଥିଲେ । ନୂତନ ଏକାଡେ଼ମିକ କୋଠା ଶୁଭାରମ୍ଭ ହେବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଜିଲାପାଳ ଜେ. ସୋନାଲ , ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ କଲେଜ ପରିସର ବୁଲି ଦେଖିବା ସହ ସୁବିଧା ଅସୁବିଧା ନେଇ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ l କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।କଲେଜର ଅଧ୍ୟାପକ ପୌଲସ୍ତି ପ୍ରଧାନ ଉଦ୍ଘାଟନୀ ଉତ୍ସବକୁ ପରିଚାଳନା କରିଥିବାବେଳେ କଲେଜର ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ଧନ୍ୟବାଦ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




