Religion

ମଲିକୁଦସ୍ଥିତ ନବନିର୍ମିତ ଶିବ ମନ୍ଦିରର ରତ୍ନମୂଦ ଉତ୍ସବ

 

ଘଣ୍ଟାପଡ଼ା, ୭/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମସ୍ଥିତ ନବନିର୍ମିତ ଶିବ ମନ୍ଦିରର ରତ୍ନମୂଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳୁ ଶତାଧିକ ଶ୍ରଦ୍ଧାଳୁଙ୍କ ସହ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ସହ ନିକଟସ୍ଥ ଜଙ୍ଗଲରୁ ଶାହାଡ଼ା ଗଛକୁ ଆବାହନ କରି ଇନ୍ଦ୍ର ଇନ୍ଦ୍ରାଣୀ ପୂଜା, ବାସ୍ତୁ ପୂଜା, ଲକ୍ଷ୍ମୀନୃସିଂହ ପୂଜାପାଠ ପରେ କାର୍ଯ୍ୟକର୍ତ୍ତା ପ୍ରଥମେ ନବରତ୍ନ, ଅଷ୍ଟଧାତୁ, ପଞ୍ଚଶସ୍ୟ, ସପ୍ତତୀର୍ଥ ଜଳ ରତ୍ନ ଗହ୍ଵରରେ ଧାରଣ ପରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଦ୍ଵାରା ରତ୍ନଗହ୍ୱର ପୂର୍ଣ୍ଣ କରାଯାଇଥିଲା। ରାଜମିସ୍ତ୍ରୀ ବିମ୍ବାଧର ସାହୁ ରତ୍ନମୂଦ କରିଥିଲେ । ପଣ୍ଡିତ ପ୍ରତାପ ଶେଖର ପାଣିଗ୍ରାହୀ, ଅରବିନ୍ଦ ପାଣିଗ୍ରାହୀ ଏବଂ ପପୁନ ପାଣିଗ୍ରାହୀ ସମସ୍ତ ପୂଜା କରିଥିବା ସ୍ଥଳେ ମୂରଲୀ ସେଠୀ ଓ ପତ୍ନୀ ବେଲମତୀ ସେଠୀ କର୍ତ୍ତାକାର୍ଯ୍ୟ ତୁଲାଇଥିଲେ । ଉକ୍ତ ବର୍ଣ୍ଣାଢ଼୍ୟ ଉତ୍ସବରେ ମହିଳା ସଂକୀର୍ତ୍ତନ ବୈଠକୀକୁ ବହୁ ନେତା, ଲୋକ ପ୍ରତିନିଧି ଓ ଶ୍ରଦ୍ଧାଳୁଙ୍କୁ ବହୁ ସମୟ ଧରି ମନ୍ତ୍ରମୁଗ୍ଧ କରିଥିଲା। ମନ୍ଦିର କମିଟି ଓ ଗ୍ରାମବାସୀ ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related Articles

Back to top button