ତିର୍ତ୍ତୋଲରେ କାର୍ଯ୍ୟରତ ଅଧ୍ୟାପକ ଡକ୍ଟର ବିବେକାନନ୍ଦ ସିଂହଙ୍କ ସତସଙ୍ଗ ମହା ମହୋତ୍ସବ ରେ ଧାର୍ମିକ ଚେତନା ପ୍ରଦାନ !


ତିର୍ତ୍ତୋଲ:– କଥାରେ ଅଛି ରାଜାସିନା ପୂଜାପାଏ ଆପଣା ଦେଶରେ, ଜ୍ଞାନୀ ପୂଜାପାଇଥାଏ ଦେଶ ବିଦେଶରେ ! ପ୍ରଫେସନରେ କଲେଜର ଅଧ୍ୟାପକ ! ଆଧ୍ୟାତ୍ମିକ ଚେତନା ବିତରଣ କରିବାରେ ନିପୁଣ !କେବଳ ସେଇ ତାଙ୍କର ପରିଚୟ ନୁହେଁ ବହୁ ଗୁଣଗାରିମାରେ ପରିପୂର୍ଣ୍ଣ ଚରିତ୍ର ଡକ୍ଟର ବିବେକାନନ୍ଦ ସିଂହ ! ଅଧୁନା ତିର୍ତୋଲସ୍ଥିତ ବାୟାଅବଧୂତ କଲେଜ, କନୀମୂଳ ର ଅଧ୍ୟାପକ ଭାବେ କାର୍ଯ୍ୟରତ !ନିକଟରେ କଟକ ଜିଲ୍ଲାର ନେମାଳ ସ୍ଥିତ ଚିତ୍ରୋତ୍ପଳା ସତସଙ୍ଗ ବିହାର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଆର୍ବିଭାବ ଓ ୨୨ତମ ଶ୍ରୀମନ୍ଦିର ପ୍ରତିଷ୍ଠା ମହା ମହୋତ୍ସବ ପାଳନ ଅବସରରେ ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଶ୍ରୀଶ୍ରୀ ଠାକୁରଙ୍କ ଦିବ୍ୟ ପ୍ରବଚନ ପ୍ରଦାନ କରି ନିଜର ଆଧ୍ୟାତ୍ମିକ ଜ୍ଞାନର ପରିଚୟ ଦର୍ଶାଇଛନ୍ତି !ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସହିତ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାକ୍ତନ ଆୟକର ବିଭାଗ ମୁଖ୍ୟ ସହପ୍ରତି ଋତ୍ତିକ ଶ୍ରୀଯୁକ୍ତ ନୃସିଂହ ପ୍ରସାଦ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଓ ମାନ୍ୟବର ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସାମଗ୍ରିକ ବିକାଶୋନ୍ମୁଖୀ ଯୋଜନା ରେ ଜନ ସାଧାରଣଙ୍କ ଅଂଶ ଗ୍ରହଣ ଓ ଶ୍ରୀ ଶ୍ରୀ ଠାକୁର ଙ୍କ ବିଷୟରେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବାଦର୍ଶ ଯାହାକି ସମାଜ, ରାଷ୍ଟ୍ର, ସରକାର ଓ ରାଜନୀତି ଉପରେ ପର୍ଯ୍ୟବେସିତ ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଙ୍କ ନୂତନ ନିୟମ ଅନୁସାରେ ଗବେଷଣା କରି ପିଏଚଡ଼ି ଲାଭ କରି ମହାମହିମ ଉପରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନିତ ଅଧ୍ୟାପକ ଡକ୍ଟର ସିଂହ ଆହ୍ୱାନ ଦେଇ କହିଥିଲେ ଯେ,ବିଶ୍ଵ ରେ ବର୍ତ୍ତମାନର ସମସ୍ୟା ସମାଧାନର ସୂତ୍ର କାଢ଼ିବାକୁ ଶ୍ରୀ ଶ୍ରୀ ଠାକୁର ଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ !ଓଡ଼ିଶାର ସତସଙ୍ଗ ଆନ୍ଦୋଳନ ର ପ୍ରବକ୍ତା ଓ ଭାରତ ବର୍ଷ ରେ ପ୍ରଥମେ ଗ୍ରାମାଞ୍ଚଳରେ ସର୍ବବୃହତ ଚିତ୍ରୋତ୍ପଳା ସତସଙ୍ଗ ବିହାରର ପ୍ରତିଷ୍ଠା ରେ ଡାକ୍ତର ବିନାୟକ ମହାପାତ୍ରଙ୍କ ଭୂମିକା ବିଷୟରେ ଉଲ୍ଲେଖ କରିବା ସହିତ ନିଜର ଅସୁବିଧା ସମୟରେ କିପରି ସହାୟକ ହୋଇଥିଲେ ଡ଼ଃ. ସିଂହ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କେଦାରନାଥ ମହାନ୍ତି, ବିଶିଷ୍ଠ ସାମାଜିକ କର୍ମୀ ସଂଜୀବ ନାୟକ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଓ ଭକ୍ତ ନିଜନିଜର ମତ ରଖିଥିଲେ !ଶେଷରେ ବିଶିଷ୍ଟ ସମାଜସେବୀ ଓ ସହପ୍ରତି ଋତ୍ତିକ ଶ୍ରୀଯୁକ୍ତ ଧନୁର୍ଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସତସଙ୍ଗ କର୍ମୀ ଦୟାନିଧି ସାହୁଙ୍କ ବନ୍ଦେ ପୁରୁଷୋତ୍ତମମ୍ ଧ୍ୱନି ସହିତ ଧର୍ମ ସଭା ସାଙ୍ଗ ହୋଇଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !



