Religion

ବୃଷବ ପ୍ରତିଷ୍ଠା ସମୟରେ ନାଗ ସାପ ଦର୍ଶନ କଲେ ଭକ୍ତ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ହରଭଙ୍ଗା ବ୍ଲକ କୁମାରୀ ସ୍ଥିତ ବାବା ନୀଳକଣ୍ଠସ୍ୱର ମନ୍ଦିର ରେ ଦେଖିବାକୁ ମିଳିଛି ଏକ ଔଲକିକ ଘଟଣା l ସୂଚନା ଅନୁଯାଇ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ସଞ୍ଜୟ ସାହୁ ଙ୍କ ପରିବାର ପକ୍ଷରୁ ମନ୍ଦିର କୁ ଦ୍ୱାରା ପ୍ରଦାନ କରାଯାଇଥିବା ବୃଷବ ପ୍ରତିଷ୍ଠା ପାଇଁ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯଯିବା ସମୟରେ ଠିକ ପୂଜା ସମୟରେ ମନ୍ଦିର ରେ ଏକ ବଡ଼ ନାଗ ସାପ ଆସି ଭକ୍ତ ଙ୍କୁ ଦର୍ଶନ ଦେଇଥିଲା l ଫଳ ରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କ ମନ ରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହେବା ସହ ଶିବ ମନ୍ଦିର ରେ ବୃଷବ ପ୍ରତିଷ୍ଠା ହେବା ଅନ୍ୟପଟେ ହଟାତ ଏକ ନାଗସାପର ଆବିର୍ଭାବ ହେବା ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳ ର ଶ୍ରଦ୍ଧାଳୁ ଙ୍କ ମନ୍ଦିରପରିସର ରେ ଗହଳି ଦେଖା ଯାଇଥିଲା l ପରେ ସାପ ଟି କେତେଘଣ୍ଟା ଦର୍ଶନ ପରେ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି l ସୂଚନା ଥାଉକି ଉକ୍ତ ଶିବ ମନ୍ଦିର ରେ କେବେ ହେଲେ ବି କୌଣସି ଦିନ ନାଗସାପ ବାହାରିଥିବା ନଥିବା ଅନ୍ୟପଟେ ବୃଷବ ପ୍ରତିଷ୍ଠା ଉତ୍ସବ ରେ ନାଗସାପ ଦେଖାଯିବା ଅତି ଏକ ଔଲୋକିକ ଘଟଣା ବୋଲି ମନ୍ଦିର ପୂଜକ ପ୍ରକାଶ କରିଛନ୍ତି l

Related Articles

Back to top button