Country

ଚାରିଛକ ରେ ପଞ୍ଚାୟତ ରାଜ ଦିବସ ଓ ଛାତ୍ରଛତ୍ରୀଙ୍କୁ ବୃତ୍ତି ପ୍ରମାଣ ପତ୍ର ବଣ୍ଟନ

 

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି l ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନ, ଆସିଷ୍ଟାଣ୍ଟ ଯନ୍ତ୍ରୀ ମନରଞ୍ଜନ ପାତ୍ର ଙ୍କ ସମେତ ଜନ ପ୍ରତିନିଧି, ଏସଏଚଜି ମହିଳା ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l ସେହିପରି କନ୍ଧମାଳ ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ ଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ମାନେ ଚାରିଛକ ସଦର ମହାକୁମା ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଦେଇ ବିଜୁ ବାବୁଙ୍କ ନୀତି ଆଦର୍ଶ କୁ ସ୍ମୃତି ଚାରଣ କରିଥିଲେ l ସେହିପରି ଏହି ପଞ୍ଚାୟତ ରାଜ ଦିବସ ଅବସରରେ ଭୈରବୀ ସ୍ନାତକ ମହବିଦ୍ୟାଳୟ ପୁରୁଣାକଟକ ଠାରେ କଲେକ ଛାତ୍ରଛତ୍ରୀମାନଙ୍କୁ ନୂଆ ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସର ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ତାରେଣିଆ ଙ୍କ ସଭାପତିତ୍ବ କରିଥଲେ। କାର୍ଯ୍ୟକ୍ରମ ରେ ଅତିଥି ଭାବେ କରଞ୍ଜକଟା ଓ ପୁରୁଣା କଟକର ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନୁଦାନ ପତ୍ର ବିତରଣ କରିଥଲେ। ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ଉଚ୍ଚ ଶିକ୍ଷା ଲାଭ ନିଶ୍ଚିତ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ୫୫୩ ଜଣ ଛାତ୍ରଛାତ୍ରୀଙ୍କୁ ଅନୁଦାନ ପତ୍ର ପ୍ରଦାନ କରାଯାଥିଲା । ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ମହାପାତ୍ର ସ୍ବାଗତ ଭାଷଣ ଓଅତିଥି ପରିଚୟ ପ୍ରଦାନ କରିଥଲେ। ଅଧ୍ୟାପକ ରଞ୍ଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶୁଭ୍ରାମଲ୍ଲିକା ପ୍ରଧାନ, ଅଶୋକ ପ୍ରଧାନ, ମଧୁସୁଦନ ବେହେରା, ଅଭିମନ୍ୟୁ ସାହୁ, ସୁମନ୍ତ ପ୍ରଧାନ ଓ ବିନୋଦ ଭୋକ୍ତା କାର୍ଯ୍ୟକ୍ରମରେ ସାହାଯ୍ୟ କରିଥଲେ।

Related Articles

Back to top button