ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ନୂଆ-ଓ ଛାତ୍ର ବୃତ୍ତି ପ୍ରଦାନ ଉତ୍ସବ ।


କଣ୍ଟାମାଳ, ୫/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ସଭାପତିତ୍ଵରେ ଓଡ଼ିଶା ସରକାରଙ୍କ ନୂଆ -ଓ ଛାତ୍ରବୃତ୍ତି ପ୍ରମାଣପତ୍ର ବିବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା, ସମ୍ମାନୀତ ଅତିଥି ଭାବେ ୧ନଂ ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ଶିକ୍ଷାବିତ ନିଳାଚଳ ଭୋଇ, ଜିଲ୍ଲା ବିଜେଡି ସଂଯୋଜକ ପ୍ରଶାନ୍ତ ରଣା, ପରିଚାଳନା କମିଟିର ସଭାପତି କାର୍ତ୍ତିକେଶ୍ଵର ବେହେରା, କମିଟି ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ, ସମାଜସେବିକା ମମତା ରଣା ଯୋଗଦେଇ ଓଡ଼ିଶା ସରକାରଙ୍କ ଏପରି ଐତିହାସିକ ପଦକ୍ଷେପ ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ବିଶଲ୍ୟକରଣୀ ସାଜିବ ବୋଲି ପ୍ରକାଶ କରିଥିଲେ। ତତସହିତ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତିର ପ୍ରମାଣ ପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। କିରାଣୀ ଦେବେନ୍ଦ୍ରନାଥ ରଣା ଧନ୍ୟବାଦ ପ୍ରଦାନ ସଂଗେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




