Country

କଣ୍ଟାମାଳଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଓ ପଂଚାୟତରାଜ ଦିବସ ପାଳିତ!

 

କଣ୍ଟାମାଳ, ୫/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର କଣ୍ଟାମାଳ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଓ ପଂଚାୟତରାଜ ଦିବସ କଣ୍ଟାମାଳ ବିଜେଡି ତରଫରୁ ମହାସମାରୋହରେ ପାଳିତ ହୋଇ ଯାଇଛି।ବିଜେଡି ଜିଲ୍ଲା ସଭାପତି, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ସହକାରୀ ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ମହାକୁଡ଼,ଗଞ୍ଜାମଜୋନ ଛାତ୍ର ବିଜେଡି ସଭାପତି ନିରଞ୍ଜନ ମଲିକ, ପଂଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା,ବୌଦ୍ଧ ବ୍ଲକ ବିଜେଡି ସଭାପତି ବାଳମକୁନ୍ଦ ମେହେର, ଯୁବବିଜେଡି ସଭାପତି ଶମ୍ଭୁସାହୁ, ଛାତ୍ର ସଭାପତି ପ୍ରମୋଦ ରଣା, ସରକାରୀ ଓକିଲ ରାଧାବଲ୍ଲଵ ପ୍ରଧାନ,ଉପସଭାପତି ପଞ୍ଚାନନ ସାହୁ ଯୋଗଦେଇ ପ୍ରଥମେ ଦିବଙ୍ଗତ ବିଜେଡି ନେତା ସ୍ବର୍ଗତ ଦାମୋଦର ଭୋଇଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ବିଜୁବାବୁଙ୍କ ଜୀବନୀ ଓ ପଂଚାୟତରାଜ ଦିବସ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ବିଜେଡିର ଆଦର୍ଶ, ନିତି ନିୟମରେ ସମସ୍ତେ ଏକ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବାପାଇଁ ଜିଲ୍ଲା ସଭାପତି ସମସ୍ତ କର୍ମୀଙ୍କୁ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ରଣାଙ୍କ ସହିତ ସମସ୍ତ କର୍ମକର୍ତ୍ତା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ । ଜିଲ୍ଲା ବିଜେଡି ସଂଯୋଜକ ତଥା ସଂଘଠକ ପ୍ରଶାନ୍ତ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ମଧ୍ୟ ପ୍ରଦାନ କରିଥିଲେ। କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟାପଡ଼ା,ଲମ୍ବସରୀ, ଖଲିଆପାଲି, କଣ୍ଟାମାଳ,କସୁରବନ୍ଦ, ଆମ୍ବଗାଁ, କୁଲୁତାଯୋର,ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ/ସଭ୍ୟା ଓ ସମସ୍ତ ଅଂଚଳରୁ ବିଜେଡି କର୍ମୀମାନେ ଯୋଗଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button