ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ୨୦ ହଜାର କୋଟି ଟଙ୍କା ର ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।


ବଡ଼ଚଣା,୫।୩,ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବେଣାପୂର୍ ପଡ଼ିଆ ଠାରେ ଦେଶର ଜନପ୍ରିୟ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଓଡ଼ିଶାରେ ବିଭିନ୍ନ ବିକାଶ ମୂଳକ ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟୟରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ର ରୀମୋଟ ଦବାଇ ଶୁଭ ଶିଳାନ୍ୟାସ କରିଥିବା ବେଳେ ସବୁଜ ପତାକା ହଲାଇ କେନ୍ଦୁଝର – ପାରାଦ୍ଵୀପ ପାସେସେଞ୍ଜର ଟ୍ରେନ ର ଚଳାଚଳ ର ଶୁଭାରମ୍ଭ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ବିକଶିତ ଭାରତ ,ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଙ୍କୁ ଭବ୍ୟ ଅଭିବାଦନ ଜଣାଇବା ସହିତ କୃତଜ୍ଞତା ଜଣାଇ ଥିଲେ । ୫୩ ନମ୍ୱର୍ ରାଜ ପଥ ଚଣ୍ଡିଖୋଲ – ପାରାଦ୍ଵୀପ ୮ ଥାକିଆ ରାସ୍ତାର ନିର୍ମାଣ ଲାଗି ୨୮ ସହ କୋଟି ବ୍ୟୟ ବରାଦ ହୋଇ ଥିବାବେଳେ, ୨୦ ଜାତୀୟ ରାଜପଥ କୁଆଖିଆ ଠାରୁ ମଙ୍ଗଳ ପୁର ୪ ଥାକିଆ ରାସ୍ତାର ନିର୍ମାଣ ଲାଗି ୭୨୧ କୋଟି ୬୮ ଲକ୍ଷ୍ୟ ବ୍ୟୟ ବରାଦ କରାଯାଇଛି। ସେହି ପରି ୪୯ ନମ୍ବର ଜାତୀୟ ରାଜପଥ ମୁମ୍ବାଇ – କୋଲ କତା ବିଂଝାବହାଲ ଛକ ଠାରୁ ସିଂହାର ଛକ ନିର୍ମାଣ ଲାଗି ୧୩୧୩ କୋଟି ୨୦ ଲକ୍ଷ ବ୍ୟୟ ବରାଦ ହୋଇ ଥିବା ବେଳେ, ଜାତୀୟ ରାଜ ପଥ ୧୮ ଝାର୍ ପୋଖରିଆ ବାରିପଦା – ବାଲେଶ୍ଵର ରାସ୍ତାର ନିର୍ମାଣ ଲାଗି ୧୧୬୦ କୋଟି ୫୮ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଅନ୍ୟ ପକ୍ଷରେ ୧୬ ନମ୍ୱର୍ ଜାତୀୟ ରାଜପଥ ଟାଙ୍ଗୀ – ଭୁବନେଶ୍ୱର ନିର୍ମାଣ ଲାଗି ୧୧୭୫ କୋଟି ୩୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରି ଥିବା ବେଳେ ରାଜ୍ୟପାଳ ରଘୁବର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଶେଷ ଭାବରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ୧୦୮ ଜୟନ୍ତୀ ଅବସରରେ ଏହି ବିକାଶ ମୂଳକ କାର୍ଯ୍ୟକ୍ରମ ର ଶିଳାନ୍ୟାସ ରଜ୍ୟର ବିକାଶ ଦିଗରେ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଇଛି।




