ବରୀ ଠେଙ୍ଗଡ଼ ଉପ ଯୋଜନା କେନ୍ଦ୍ର ର ବାର୍ଷିକ ସତସଙ୍ଗ ଉତ୍ସବ

ବନ୍ତଳା ପଂଚାୟତ ଅନ୍ତର୍ଗତ ବରୀ ଠେଙ୍ଗଡ଼ ସତସଙ୍ଗ ଉପ ଯୋଜନା କେନ୍ଦ୍ର ର 23ତମ ବାର୍ଷିକ ଓ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ଫୁଲ କୁଆଁରୀ ଙ୍କ ପୀଠ ସ୍ଥଳୀ ରେମହା ସମାରୋହ ରେ ପାଳିତ ହୋଇଯାଇଅଛି,ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗୀତା ଉଷା କୀର୍ତ୍ତନ ଉଷା ବିନତି ଅପରାହ୍ନ ରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁସଜିତ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲା,ଅଳ୍ପନା ସାମଲ ପ୍ରଭାତ ମଲିକ ହିମାଂଶୁ ସାହୁ ପ୍ରମୋଦ ସାହୁ ସଞ୍ଜୟ ପ୍ରଧାନ ଯୋଗେନ୍ଦ୍ର ରାଉତ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ, ସନ୍ଧ୍ୟା ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ଭଣ୍ଡାରୀ ପୋଖରୀ ସତସଙ୍ଗ ବିହାର ରୁ ଆଗତ ସହ ପ୍ରତି ଋତ୍ଵିକ ଧରଣୀ ଧର ସ୍ୱାଇଁ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଓ ଅମୀୟ ଭାଵାଦର୍ଶ ଉପରେ ଆଲୋକପାତ କରିଥିଲେ, ଟାଙ୍ଗୀ ସତସଙ୍ଗ କେନ୍ଦ୍ର ଅଧକ୍ଷ ଅରୁଣ କୁମାର ସ୍ୱାଇଁ ସତସଙ୍ଗ ପରିଚାଳନା କରିଥିଲେ, ସ୍ଥାନୀୟ କର୍ମୀ ପ୍ରମୋଦ କୁମାର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଚଣ୍ଡିଖୋଲ ସତସଙ୍ଗ ବିହାର ଅଧକ୍ଷ ସତ୍ୟପୀର ନାୟକ ଛତିଆ ସତସଙ୍ଗ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ପଦ୍ମନାଭ ସାହୁ ଓ ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଅଧର୍ଜୁ କର୍ମୀ ସନାତନ ଲେଙ୍କା ପ୍ରଶାନ୍ତ ପାତ୍ରଖାରବେଳ ସେଠ୍ ଅଭିମନୁ ସାମନ୍ତ ରାୟ ଅଶୋକ ସାହୁ କାର୍ତିକ ରାଉତ ଓ ନାରାୟଣ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ, ପୁର୍ଣ ଚନ୍ଦ୍ର ଓଝା ଓ ସାଥି ମାନେ କୀର୍ତ୍ତନ ପରିବେଷଣ କରିଥିଲେ, ମନୋଜ ଭାଇ କୋରସ ହୈମୟନ୍ତୀ ଲେଙ୍କା ଓ ସସ୍ମିତା ଦାଶ ଭଜନ ପରିବେଷଣ କରିଥିଲେ, ବରୀ ବାରିମୂଳ ଓ ଠେଙ୍ଗଡ଼ ଗ୍ରାମ ର ସମସ୍ତ ଗୁରୁ ଭାଇ ଓ ମା ମାନେ ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



