Education
ଘଣ୍ଟାପଡ଼ା ଏମ୍ଇସ୍କୁଲରେ ଓସେପା ପକ୍ଷରୁ ଦୁଇଦିନିଆ ବିଜ୍ଞାନ ଓ ଗଣିତ ପ୍ରଶିକ୍ଷଣ କର୍ମଶାଳା


କଣ୍ଟାମାଳ, ୪/୩:(ପ୍ରଭାତ କୁମାର ସାହୁ) ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗଣିତ ପାଠ ପଢାଇଲା ବେଳେ କିପରି ଆଗ୍ରହ ସୃଷ୍ଟି ହେବ ଏହା ଉପରେ ଓସେପାପକ୍ଷରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସରକାରୀ ଟିଓଏମଇ ସ୍କୁଲରେ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଘଣ୍ଟାପଡ଼ା କ୍ଲଷ୍ଟରର ସିଆରସିସି ରୂପା ସିଂ କ୍ଷେତିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କମିଶାଳାରେ ଘଣ୍ଟାପଡ଼ା, ଖୁଣ୍ଟିଗୋରା,ବରଗାଁ ଓ ବିରସିଂପୁର ୪ଟି କ୍ଲଷ୍ଟର ମୋଟ ୫୦ ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। କଣ୍ଟାମାଳ ଏବିଇଓ ତ୍ରୀନାଥ ପାଣିଙ୍କ ଉପସ୍ଥିତିରେ ପ୍ରଶିକ୍ଷକ ଭାବେ ଶକ୍ତି ଦାସ ପୂଝାରୀ, ବିଶ୍ଵାମିତ୍ର ମନହିରା, ରାଜୀବ କୁମାର ସାହୁ ଓ ଶେଷତମ ବେହେରା ଯୋଗଦେଇ କର୍ମଶାଳାରେ ପ୍ରଶିକ୍ଷଣ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




