ଆମ ଗାଁ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ


ରଘୁନାଥପୁର -:ଗାଆଁ ରୁ ସୃଷ୍ଟିହୁଏ ସଂସ୍କୃତି ! ଗାଆଁ ରୁ ସୃଷ୍ଟି ହୁଏ ଭାଷା ସାହିତ୍ୟ ! ଗା ଆଁ ରୁ ସୃଷ୍ଟି ହୁଏ ସୌନ୍ଦର୍ଯ୍ୟ !ଗାଆଁ ରେ ରହିଛି ମାଟି ମାଆ ର ମହକ ! ସ୍ନେହ, ଆଦର, ଭଲପାଇବାର ଖୋରାକ ସବୁ କିଛି ଗାଆଁ ରୁ ସୃଷ୍ଟି !ଗାଆଁ କୁ ଛାଡି କିଛି ବି ପରିକଳ୍ପନା କରିହୁଏନା ! ଆଜିର ମାନବସମାଜ ନିଜର ମାଆ , ମାଟି ଓ ମତୃଭାଷା କୁ ଭୁଲିଯାଇ, ଆପଣେଇ ନେଉଛି ଭିନ୍ନ ସଂସ୍କୃତିକୁ !ବିଗିଡି ଯାଉଥିବା ସଂସ୍କୃତିକୁ ଆମକୁ ହିଁ ସଜାଡ଼ିବା ଆବଶ୍ୟକ !ଏହିପରି ସମାଜର ଅପସାରିତ ସଂସ୍କୃତିକୁ ସଠିକ ମାର୍ଗରେ ପରିଚାଳିତ କରାଇବାକୁ,ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକ ଅଧିନ ପୁରୁଣା ବସନ୍ତ ପଞ୍ଚାୟତର ନାଲିବର ଦେଉଳସାହି ଠାରେ ଆୟୋଜିତ “ଆମ ଗାଁ ସାହିତ୍ୟ ସଂସଦ” ର ବାର୍ଷିକ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର ମତବ୍ୟକ୍ତ କରିଅଛନ୍ତି । ସଂସଦର ସ୍ଥାୟୀ ସଭାପତି ତଥା ପାରାଦୀପ ବନ୍ଦର ଟ୍ରଷ୍ଟ ର ସେବାନିବୃତ୍ତ ସଚୀବ ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ , ମୂଖ୍ୟ ଆତିଥି ଡଃ ନଟବର ଶତପଥୀ , ମୂଖ୍ୟବକ୍ତା ଚିତ୍ତରଞ୍ଜନ ସାହାଣୀ ଓ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଥିଲେ ଡଃ ବାବାଜୀ ଚରଣ ପଟ୍ଟନାୟକ, ଡଃ ସୁଧାକର ଦାସ , କବି କୈଳାଶ ଚନ୍ଦ୍ର ସ୍ୱାଇଁ , ନାଟ୍ୟକାର କୈଳାଶ ଚନ୍ଦ୍ର ମଲ୍ଲିକ , ସାମ୍ୱାଦିକ ଧ୍ରୁବଚରଣ ମହାପାତ୍ର , ବନମାଳୀ ମହାରଣା , ଚୌଧୁରୀ ବରଦା ପ୍ରସାଦ ଦାସ ପ୍ରମୁଖ ଶତାଧିକ ସାରସ୍ୱତସାଧକ, କବି, ଲେଖକ ବୃନ୍ଦ !ଆମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ମା ସାରଳାଙ୍କ ଉତ୍ତରୀୟ ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଡଃ ନିରଞ୍ଜନ ପାଢ଼ୀ ଆଇ ଏ ଏସ ଙ୍କୁ “ଆମ ଗାଁ ପୁଅ” ଓ ଡଃ ମୌସୁମୀ ପରିଡ଼ା ଙ୍କୁ “ଆମ ଗାଁ ଝିଅ “ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେମଲତା ବାରିକ ଓ ବିଧାନ ଚନ୍ଦ୍ର ସ୍ଵାଇଁ ଙ୍କ ସଂଯୋଜନାରେ ୫୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତାପାଠ କରିଥିବା ବେଳେ , ଲୋକକବି ନାଟ୍ୟାଚାର୍ୟ ବାଳକୃଷ୍ଣ ମହାନ୍ତି ଙ୍କ ” ସୁଶିଲ ମାଳତୀ” ଗୀତିନାଟ୍ୟ ଗୁଆଲିପୁର ମହେଶ୍ୱର ହାଇ ସ୍କୁଲ ର ଏନ୍ ସି ସି କ୍ୟାଡେଟ ବାଳିକା ବାଳକ ମାନେ ପରିବେଷଣ କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସଦର କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ , ସହସମ୍ପାଦକ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଙ୍କ ସମେତ ସମସ୍ତ ସଦସ୍ୟ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




