Country

ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କନଭେନସନ.

ଭୁବନେଶ୍ୱର ଆଜି ଗାନ୍ଧୀ ମାର୍ଗରେ ରାଜ୍ୟରେ ଥିବା ପେନସନ ଭୋଗୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଏବଂ ସରକାରଙ୍କ ଦ୍ୱାରା ପ୍ରତାରଣା ବିରୋଧରେ ଏକ ଖୋଲା କନଭେନସନ ଆୟୋଜନ କରି ସବୁ ରାଜନୈତିକ ଦଳର ମତାମତ ଗ୍ରହଣ କରିଥିଲେ. ରାଜ୍ୟରେ ଥିବା ଲକ୍ଷାଧିକ ପେନସନର୍ସ ମାନଙ୍କ ଗୋଟିଏ ଦାବି ହେଉଛି ଚିକିତ୍ସା ଭତ୍ତା ଓ ସ୍ୱାସ୍ଥ୍ୟ ସୁବିଧା ସରକାର ବ୍ୟବସ୍ଥା କରନ୍ତୁ. ମାତ୍ର ସରକାରଙ୍କ ସହିତ ଗତ ଡିସେମ୍ବର 30 ତାରିଖରେ ଇଣ୍ଟର ମିନିଷ୍ଟରିଆଲ କମିଟି ମାଧ୍ୟମରେ ଆଲୋଚନା କଲୁ, ମାନ୍ୟବର ମନ୍ତ୍ରୀ ଓ ମୁଖ୍ୟସଚିବ ଦାବିକୁ ଯଥାର୍ଥ ବୋଲି କହି ଆଉ କିଛି ଆକ୍ସନ ନେଲେନାହିଁ, ତା ପରେ 5ଟି ଅଧକ୍ଷ ପାଣ୍ଡିଆନ ସାରଙ୍କୁ ଜାନୁଆରୀ 10ତାରିଖରେ ଭେଟି ଆମ ସମସ୍ୟା ଜଣାଇଲୁ 10ଦିନ ଭିତରେ ସମାଧାନ ହେବ ବୋଲି ପାଣ୍ଡିଆନ ସାର କହି କିଛି କଲେ ନାହିଁ ସେଥିପାଇଁ ଆଜି ଖୋଲା କନଭେନସନ କରି ସବୁ ନେତାଙ୍କ ମତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମେମୋରେଣ୍ଡମ ଦେବାକୁ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘର ଚେୟାରମ୍ୟାନ ପ୍ରତାପ ଚନ୍ଦ୍ର ଦାସ. ଆମକୁ ସରକାର ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା କରୁଛନ୍ତି, ସାରା ରାଜ୍ୟରେ 107ଟି ସଂଗଠନର ପ୍ରତିନିଧିମାନେ ଆଜି କନଭେନସନରେ ଯୋଗଦେଇଛନ୍ତି ଆଜି ଶେଷ ନିଷ୍ପତି ନିଆଯାଇ ସରକାରଙ୍କୁ ଆଉ 10ଦିନ ସମୟ ଦେବୁ ଆଉ ସରକାର ଯଦି ଆମ କଥା ନ ଶୁଣନ୍ତି ତେବେ ଲକ୍ଷ ଲକ୍ଷ ପେନସନ ପରିବାର ଆସନ୍ତା ନିର୍ବାଚନରେ ଉଚିତ ଜବାବ ଦେବ ବୋଲି ଚେତାବନୀ ଶୁଣାଇଛନ୍ତି ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଙ୍ଘର ମହାସଚିବ ଗୋକୁଳା ନନ୍ଦ ବେହେରା.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button