Country

ନକଟାମୁଣ୍ଡା ଓ ଚରଦାରେ ବନାଙ୍ଗିନି ନିରାକରଣ ସଚେତନତା କାର୍ଯ୍ୟକ୍ରମ 

ବିନିକା, ୪/୩ (ଆପ୍ର) ବିନିକା ବନ୍ୟାଞ୍ଚଳ ଅନ୍ତର୍ଗତ ନକଟାମୁଣ୍ଡା ଓ ଚରଦା ବନ ସୁରକ୍ଷା ସମିତିରେ ବନାଙ୍ଗିନି ନିରାକରଣ ସଚେତନତା ରାଲି ବିନିକା ବନ୍ୟାଞ୍ଚଳ ଅଧିକାରୀ ଡମ୍ବରୁଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ଏହି ରାଲି ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲରେ ଯେପରି ନିଆଁ ନ ଲାଗିବା, ଯଦି ନିଆଁ ଲାଗିଲା ତାହା ହେଲେ ତୁରନ୍ତ ଜଙ୍ଗଲ ବିଭାଗ କୁ ଜଣାଇବା, ମିଳିମିଶି ନିଆଁକୁ ଲିଭାଇବା ଏବଂ ସୁସ୍ଥ ଓ ସ୍ଵଚ୍ଛ ବାୟୁମଣ୍ଡଳ ସୃଷ୍ଟି କରିବା। ତେଣୁ ଜନସଚେତନତା ପାଇଁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମିଳିତ ଆନୁକୂଲ୍ୟରେ ବନ ବିଭାଗର କର୍ମଚାରୀମାନେ ମିଶି ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଏହି ଚରଦା ରାଲିରେ ବିନିକା ସେକ୍ସନ ବନପାଳ ଜନାର୍ଦ୍ଦନ ସ୍ଵାଇଁ, ଗରଗଡବାହାଲ ବିଟ୍ ବନରଖି ରାମଶଙ୍କର ମେହେର, କଟାପାଲି ବିଟ୍ ବନରଖି କ୍ଷେତ୍ରରଞ୍ଜନ ଅଡା, ଓଡିଶା ବନ୍ୟାଞ୍ଚଳ ଉନ୍ନୟନ ପ୍ରକଳ୍ପ ସହଯୋଗୀ ସଂସ୍ଥାର ବିକାଶ ଅଧିକାରୀ ପ୍ରତିମା ମିଶ୍ର ଓ ସରୋଜକାନ୍ତ ସୁଆର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନକଟାମୁଣ୍ଡା ବନ ସୁରକ୍ଷା ସମିତିରେ ହୋଇଥିବା ରାଲିରେ ବନ କର୍ମଚାରୀ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସଂଯୋଜକ ପ୍ରେମଚାନ୍ଦ ସାହୁଙ୍କ ସମେତ ବନ ସୁରକ୍ଷା ସମିତି ସଭାପତି ଦେବେନ୍ଦ୍ର ମେହେର, କୋଷାଧ୍ୟକ୍ଷ ଲଳିତ ପାଣ୍ଡେ ସମେତ ସମସ୍ତ ସଭ୍ୟସଭ୍ୟା ଯୋଗଦେଇଥିଲେ। ବିନିକା ବନାଞ୍ଚଳ ଦଳ ମୂଖ୍ୟ ପ୍ରଶାନ୍ତ ନାୟକ ଏହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଓ ଧନ୍ୟବାଦ ଦେଇଥିଲେ।

 

Related Articles

Back to top button