Education

ଉମା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ

କଣ୍ଟାମାଳ,୪।୩: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ସ୍ଥିତ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉମା ପଞ୍ଚାୟତ ସରପଞ୍ଚ ଦୌଲଥ ପାଣ୍ଡେ, ସାମ୍ବାଦିକ ବଂଶୀଧର ମାଝୀ, ୱାର୍ଡସଭ୍ୟ ରାଜକିଶୋର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଶଙ୍କର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସମୟାନୁବର୍ତ୍ତୀ ହୋଇ ନିଜ ଜୀବନର ଲକ୍ଷ୍ୟକୁ ନେଇ ବଢିବାକୁ ପରାମର୍ଶ ଦେଇଥିଲେ । କୃଷ୍ଣଚନ୍ଦ୍ର ପ୍ରଧାନ, ଅଜିତ କୁମାର ବିଶି, ଅନିକା ମଲିକ, ମାନସୀରାଣୀ କହଁର, ଶୁଭସ୍ମିତା ପାତ୍ର, ବାସୁଦେବ କୁମ୍ଭାର, ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପିଲାଙ୍କୁ ଚରିତ୍ରବାନ ହୋଇ ନିଜ କର୍ମ କରିବାକୁ ଉପଦେଶ ଦେଇଥିଲେ l ପୂର୍ବରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦ୍ଵାରା ସ୍ଵାଗତ କରି ପରବର୍ତ୍ତୀ କାର୍ଯ୍ୟରେ ସଫଳତାର ସହିତ ଉର୍ଣ୍ଣିତ ହୋଇ ସଫଳତାରେ ସହ ରାଷ୍ଟ୍ରହିତ କାର୍ଯ୍ୟରେ ନିୟୋଜିତ ହେବା ନେଇ ପ୍ରଭୁଙ୍କଠାରେ ପ୍ରାର୍ଥନା କରି ଶୁଭ ବିଦାୟ ଦେଇଥିଲେ। ଦଶମ ଶ୍ରେଣୀର କେତେକ ଛାତ୍ରଛାତ୍ରୀ ଭାବବିହ୍ୱଳର ସହିତ ବିଦ୍ୟାଳୟରେ ନିଜର ଅନୁଭୂତି ସମ୍ପର୍କରେ ସ୍ମୁତିଚାରଣ କରିଥିଲେ l ଶେଷରେ ସହକାରୀ ଶିକ୍ଷକ ବାସୁଦେବ କୁମ୍ଭାର ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

 

 

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button