Country

ମହୁ ଚାଷ ପାଇଁ କଣ୍ଟାମାଳରେ ଦିଆଗଲା ତାଲିମ ଏବଂ ୩୦ ଜଣ ଚାଷୀଙ୍କୁ ଦିଆଗଲା ମହୁ ବାକ୍ସ

 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ ମହୁ ଚାଷ ନେଇ ତାଲିମ ପ୍ରଦାନ କରାଯାଇଛି l ଆର୍ଥିକ ଉନ୍ନତି ପାଇଁ କଣ୍ଟାମାଳ ଅଞ୍ଚଳର ଚାଷୀମାନଙ୍କୁ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ଉନ୍ନତି ପାଇଁ ଚାଷୀମାନଙ୍କୁ ବନ ବିଭାଗ ଦ୍ୱାରା ତାଲିମ ସହ ମହୁବାକ୍ସ ବଣ୍ଟନ କରାଯାଇଛି l ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ ଯୋଗଦେଇ କଣ୍ଟାମାଳ ବନ ସୁରକ୍ଷା ସମିତିର ୩୦ଜଣ ଚାଷୀଙ୍କୁ ମହୁବାକ୍ସ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଏସିଏଫ୍ ମୀନାକ୍ଷି କୁମରା, ଏସିଏଫ ତଥା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧି ପ୍ରଧାନ, ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିକାରୀ ଈଶ୍ୱର ପରିଡା ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ମହୁଚାଷ ଓ ବ୍ୟବସାୟ ସମ୍ପର୍କିତ ଜ୍ଞାନ କୌଶଳ ଉପରେ ବକ୍ତବ୍ଯ ରଖିଥିଲେ। ଫରେଷ୍ଟର ଚନ୍ଦ୍ରଶେଖର ଦାସ ଧନ୍ୟବାଦ ଦେଇଥିବା ସ୍ଥଳେ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button