State
ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଚେତନା ବିକାଶ କେନ୍ଦ୍ରାପଡା ର ପରିବର୍ଦ୍ଧିତ ବୈଠକ


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଦୟାନିଧି ସେବାଶ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଭା ପରିବର୍ଦ୍ଧିତ ବୈଠକ ହରେକୃଷ୍ଟ ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନିକା ଗଡ ର ରାଜମାତା ଦୁର୍ଗାଦେବୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡାୟତ ମହାସଭାର ମହିଳା ସଂଗଠିକା ସୌଦାମିନୀ ସାମନ୍ତରାୟ ,କ୍ଷତ୍ରୀୟ ମହାସଂଘର ଉପଦେଷ୍ଟା ଓ ରାଜ୍ୟ ସଂଗଠନ ସଦସ୍ୟା ପାର୍ବତୀ ନାୟକ,ରାଜ୍ୟ ମହାସଂଘର ମହାମନ୍ତ୍ରି ୠଷି ଗୁମାନସିଂହ,ବରି ଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବନ୍ଦନା ରାଣୀରାଣୀ ରାଉତରାୟ,ମାନିନୀ ସରଙ୍ଗୀ, ରଶ୍ମିରଞ୍ଜନ ରାଉତ,ସତ୍ୟବ୍ରତ ସାମଲ,ମନମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




