କଣ୍ଟାମାଳ ଶିଶୁ ମନ୍ଦିରରେ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ।


କଣ୍ଟାମାଳ, ୦୪/୦୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ତପସ୍ଵିନୀ ସଂଗଠନ ପକ୍ଷରୁ ଏକ ମାତୃ ଶକ୍ତି ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମଟି ସଂପୂର୍ଣ୍ଣ ମହିଳା ମାନଙ୍କ ଦ୍ଵାରା ହିଁ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ପଞ୍ଚାୟତ ମହା ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧ୍ୟାପିକା ଡକ୍ଟର ସୁବର୍ଣ୍ଣ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ତଥା ସମାଜସେବୀକା ରଶ୍ମିତା ହୋତା ପ୍ରମୁଖ ଯୋଗ ଦେଇ ସମବେତ ଶତାଧିକ ମହିଳା ଙ୍କୁ ସମୟର ଆହ୍ବାନଙ୍କୁ ସାମ୍ନା କରିବା ପାଇଁ ପ୍ରେରଣା ଦେଇଥିଲେ । ମହିଳା ଯୁଗ ଯୁଗର ଉଦାହରଣ।ତା ପାଖରେ ସର୍ବ ଶକ୍ତିମାନ ବିଦ୍ୟମାନ । ସେ ସମୟାନୁଶାରେ ଜଣେ ମା’, ଭଗିନୀ, ଜାୟା, କାମିନୀ ଆଦି ସବୁ ରୂପର କାର୍ଯ୍ୟଦକ୍ଷତା ରହିଥିବା ନେଇ ଅତିଥିଗଣ ବକ୍ତବ୍ୟ ରଖିଥିଲେ। କାର୍ଯକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ଶୀର୍ଷକରେ ଶିକ୍ଷୟତ୍ରୀ ପଦ୍ମା ବସ୍ତିଆଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସମାଜସେବିକା ତଥା ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ଜିଲ୍ଲା ଦୁର୍ଗା ବାହିନୀ ର ସଭାନେତ୍ରୀ ଶାନ୍ତିଲତା ଖମାରୀ ଅତିଥି ଭାବେ ଯୋଗ ଦେଇ ଆଲୋଚନା କରିଥିବା ବେଳେ ଶିକ୍ଷୟତ୍ରୀ ଅନନ୍ୟା ଆନନ୍ଦିନି ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ଶିକ୍ଷୟତ୍ରୀ ସାବିତ୍ରୀ ସାହୁ, ଧନଦେଇ ଗୁରୁମା ସ୍ବଚ୍ଛତା ପାଇଁ , ସମାଜସେବୀକା ଶାନ୍ତିଲତା ଖମାରୀ ଓ ଶିକ୍ଷୟିତ୍ରୀ ପଦ୍ମା ବସ୍ତିଆ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମର୍ଦ୍ଧନା କରାଯାଇଥିଲା । ଏହି ସମାବେଶରେ ମନମୁଣ୍ଡ। , ଦପଲା , ଲୋକାପଡ଼ା, ପଲସଗୋରା ଓ କଣ୍ଟାମାଳ ଶିଶୁ ମନ୍ଦିରର ଗୁରୂମାମାନେ ଯୋଗ ଦେଇଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




