Religion
କାଙ୍କଡପାଳ ପୁରୁଣାସାହିରେ ୧୮ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ


ଢେଙ୍କାନାଳ, ୨/୩: ଢେଙ୍କାନାଳ ସଦର ବ୍ଳକ୍ କାଙ୍କଡପାଳ ଗ୍ରାମର ପୁରୁଣା ସାହିରେ ୧୮ତମ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହେଉଅଛି । ଗତ ୧ ତାରିଖରେ କଳସଯାତ୍ରା, କୁଞ୍ଜରେ ଠାକୁରଙ୍କୁ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ କରାଯାଇ ଅଧୁବାସ ଆରମ୍ଭ ହୋଇଥିଲା । ୨ ତାରିଖ ପ୍ରାତଃରୁ ଆଖପାଖ ଅଂଚଳର ପ୍ରାୟ ୧୮ଟି ଦଳ ସଂକୀରତ୍ନ ମଣ୍ଡଳୀ ଦ୍ବାରା ନାମସଂକୀର୍ତନ ଅହୋରାତ୍ର ଚାଲିଅଛି । ଆସନ୍ତା ୩ ତାରିଖରେ ପୂର୍ଣ୍ଣାହୁତି, ନଗର କୀର୍ତନ ଓ ଦହାଣ୍ଡି ଭଗ୍ନ କରାଯିବ । ଏହି ନାମଯଜ୍ଞରେ ବହୁ ବୈଷ୍ଣବ ଧର୍ମୀ, ସାଧୁସନ୍ଥ ଓ ବୁଦ୍ଧିଜୀବମାନେ ଯୋଗଦେଇଥିଲେ । ପୂଜକ ଜଗନ୍ନାଥ ତ୍ରିପାଠୀ ନାମଯଜ୍ଞର ସମସ୍ତ ପୂଜାଅର୍ଜନା ହୋଇଥିବାବେଳେ ମୁଖ୍ୟ କର୍ତା ବିଚିତ୍ରାନନ୍ଦ ଦାସ ଓ ଅନୁଷ୍ଠାନର ସଭାପତି ପୁରୁଷୋତମ ଦାସ, କୈଳାସ ସାହୁଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସୂଚାରୂପେ ପାଳନ ହୋଇଥିଲା।



