Religion
ମା ଭଗବତୀ ଙ୍କ ପୀଠ ରେ ଚାରୀ ପ୍ରହର ନାମ ଯଂଜ୍ଞ


ବୈରୀ ସ୍ଥିତ ଆରାଧ୍ୟା ଗ୍ରାମ ଦେବତୀ ମା ଭଗବତୀ ଙ୍କ ପୀଠରେ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ମା ଙ୍କପନ୍ଦର ତମ ବାର୍ଷିକ ଚାରୀ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି,ଦଶ ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଥିଲେ, ବୈରୀ ରାଧା ଗୋବିନ୍ଦ ସଂକୀର୍ତନ ମଣ୍ଡଳୀ ଆନୁକୂଲ୍ୟରେ ରେ ଆୟୋଜିତ ଏହି ନାମ ଯଂଜ୍ଞ ରେ ପ୍ରମୋଦ ସ୍ୱାଇଁ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଅମର ଦାଶ ବେଦ ମନ୍ତ୍ର ପାଠ କରିଥିଲେ, ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, କୀର୍ତ୍ତନ ଗୁରୁ ଚୈତନ ମହାନ୍ତି ସମାଜ ସେବୀ ବିଶ୍ୱ ରଞ୍ଜନ ସ୍ୱାଇଁ ମନ୍ମଥ ରାଉତ ଶୁଭ୍ରଜିତ ସ୍ୱାଇଁ କାର୍ତିକ ରାଉତ ଗଜେନ୍ଦ୍ର ରାଉତ ଅମୁଲ୍ୟ ସ୍ୱାଇଁ ପ୍ରଶାନ୍ତ ନାୟକ ପ୍ରବିଶ ସାହୁ ରାଜ କିଶୋର ସ୍ୱାଇଁ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ, ସମସ୍ତ ଗ୍ରାମ ବାସି ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,



