ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ସ୍ଵାଇଁ ଙ୍କୁ ଫେୟାରୱେଲ ସମ୍ବର୍ଦ୍ଧନା !


ଜ୍ଞାନୀର ଜ୍ଞାନ ଠାରୁ ବେଶି ଆଦୃତ ହୋଇଥାଏ ବ୍ୟବହାର ଓ ନୈତିକଶିକ୍ଷା ! ଯାହାକୁ କେବେ ଭୁଲି ହୁଏନା କିମ୍ବା ତ୍ୟାଗ କରିବାକୁ ଇଛା ହୁଏନା ! ଏପରି ବ୍ୟକ୍ତିତ୍ୱ ସର୍ବଦା ଓ ସବୁ ସ୍ତରରେ ହୁଏ ପୂଜିତ ଏବଂ ସମ୍ମାନିତ ! ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନକପୁର ପଞ୍ଚାୟତ ଅଧିନ କଣ୍ଟାପଡ଼ା ସୁଲୋଚନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅଞ୍ଜନା କୁମାରୀ ସ୍ଵାଇଁ ଙ୍କ ସମ୍ପର୍କରେ ! ସେ ଥିଲେ ଜଣେ ମିଷ୍ଠଭାଷିନୀ, ଛାତ୍ରଛାତ୍ରୀ ବତ୍ସଳା, ଦିବ୍ୟାଗୁଣ ସମ୍ପର୍ଣ୍ଣା,ଆଦର୍ଶ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ର ପ୍ରିୟପାତ୍ରୀ ! ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବିଦ୍ୟାଳୟର ଶିକ୍ଷା ସଂସ୍କାରକୁ ସୁଦୃଢ କରିବା ସହିତ ଉନ୍ନତ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀ ମାନଙ୍କୁ କୋମଳ ବଚନରେ ବାନ୍ଧି ରଖିବାରେ ଅଦ୍ଵିତୀୟ ପ୍ରତିଭା !ତାଙ୍କର କାର୍ଯ୍ୟକାଳ ଶେଷ ହେବାପରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ନିମ୍ନମାଧ୍ୟମିକ ଶିକ୍ଷକସଂଘ ର ସମ୍ପାଦକ ସୁରେନ୍ଦ୍ର କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଝୁଲରାମ ଦାସ ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ, ମୁଖ୍ୟବକ୍ତା ଭାବେ ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ ଓ ସମ୍ମାନିତ ଅତିଥି ଭାବେ, କନକପୁରର ପୁର୍ବତନ ସରପଞ୍ଚ ନମିତା ରାଉଳ , ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ଶିକ୍ଷକ ବାବୁଲି ସ୍ଵାଇଁ , ହାଡିବନ୍ଧୁ ବେହେରା , କଟରା ସି ଆର ସି ସି ଦୀପକ କୁମାର ବିଶ୍ବାଳ , ସାରଦା ପ୍ରାସାଦ ଚଇନି ଓ ଶିକ୍ଷାକମିଟି ସଭାପତି ଆଶୀର୍ବାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ !ଅଞ୍ଜନା ସ୍ଵାଇଁଙ୍କ ଶିକ୍ଷକତା ଜୀବନର ଅନୁଭୂତି ବର୍ଣ୍ଣନା କରି ବହୁ ସ୍ମୃତିକୁ ରୋମନ୍ଥନ କରି ମତ ରଖିବା ସହିତ ବିଦ୍ୟାଳୟ ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେବାର ଦୁଃଖକୁ ବ୍ୟକ୍ତ କରିଥିଲେ !ତାଙ୍କର ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ତିର୍ତ୍ତୋଲ ବ୍ଲକର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ ।କର୍ମମୟ ଜୀବନରେ ଏତେ ଭଲପାଇବା ସେ ଦେଇଥିଲେ ଯେ ଅବସର ସମୟରେ ଅତିଥି ମାନଙ୍କ ଦ୍ଵାରା , ତାଙ୍କ ସମ୍ପର୍କରେ ” କିଛି ସ୍ମୃତି କିଛି ଅନୁଭୂତି ” ନାମକ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଶ୍ରୀମତୀ ସ୍ଵାଇଁ ଙ୍କ ଶିକ୍ଷାଗୁରୁ ବିଶିଷ୍ଟ୍ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କୁ ମଧ୍ୟ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶଶାଙ୍କ ଶେଖର ସ୍ଵାଇଁ , ପ୍ରଶାନ୍ତ କୁମାର ସେଠୀ , ନମିତା ଜେନା , ଶୈଳବାଳା ଦେଈ , ସୂଚିଶ୍ମିତା ବେହେରା ପରିଚାଳନା କରିଥିବା ବେଳେ , ମାଲଣ୍ଡ ଭାରତୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ଵାଇଁ ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ତିର୍ତ୍ତୋଲ ସହକାରୀ ଶିକ୍ଷାଧିକାରୀ ସମରେନ୍ଦ୍ର ସାହୁ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




