Education

ଅମଠା ଗ୍ରାମଠାରେ ମହିଳାଙ୍କୁ ନେଇ ସିଳେଇ ଶିକ୍ଷା କାର୍ଯ୍ୟ କ୍ରମର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ ଅମଠା ଗ୍ରାମ ଠାରେ ଟେଲରିଙ୍ଗ ସିଳେଇ ଶିକ୍ଷା ଦାନ୍ ସହ ଅନେକ ପ୍ରକାରର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି, ଏହିକାର୍ଯ୍ୟକ୍ରମରେବହୁ ସଂଖ୍ୟକ ଭାବେ ମହିଳା ମାନେ ଉପସ୍ଥିତ ରହି ଥିଲେ, ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫରଙ୍ଗସରପଞ୍ଚ ଶ୍ରୀମତୀ ହିରା ବତି ଭୋଇ,ସମ୍ମାନିତ ଅତିଥି ଅପୂର୍ନା ବାରିକ, ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ସରୋଜ କୁମାରମୁଣ୍ଡ, ଓ କପୂରର୍ଚନ ସେଠିଆଙ୍କ ଉପସ୍ଥିତି ରେ ସର୍ଵ ପ୍ରଥମେ ଗଣେଷ ଙ୍କ ଫଟୋ ଚିତ୍ରରେ ମୁଖ୍ୟ ଅତିଥି ମାନଙ୍କଦ୍ଵାରା ଦୀପ ପୁଷ୍ପ ଧୂପ ପ୍ରଦାନ କରିଥିବା ବେଳେ ହୁଳହୁଳୀରେ ସଭା ଗୃହ କମ୍ପିତହୋଇ ଥିଲା, ଏହା ପରେ ସମ୍ମାନିତ ଅତିଥି ମାନଙ୍କୁ ଓକୋ ଢୋକନ ରେ ସମ୍ମାନିତ କରାଯାଇଥିଲା। ଏବଂ କଳାହାଣ୍ଡି ଜିଲ୍ଲା ଓସିଏମ୍ ଅଧକ୍ଷ ସମ୍ମାନୀୟ ଅମିୟ କୁମାର ସାହୁ ଉପସ୍ଥିତ ମହିଳା ମାନଙ୍କୁ ଟେଲରିଙ୍ଗ ଶିଲେଇ କାର୍ଯ୍ୟ ସମନ୍ଦେ ଆଲୋକପାତ କରିଥିଲେ, ଏହି ଅବସରରେ ବହୁ ସଂଖ୍ୟକ ଭାବେ ମହିଳା ମାନେ ନିଜ ନିଜର ପରିଚୟ ପ୍ରଦାନ କରି ସ୍ୱ ରୋଜଗାର କାର୍ଯ୍ୟକୁଆଗେଇ ନେବା ପାଇଁ ପ୍ରତି ଶ୍ରୁତି ଦେଇ ଥିବାରୁ ଅତିଥି ବୃନ୍ଦ ଧନ୍ୟବାଦ୍ ଜ୍ଞାପନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଗରଗାଵ (ଏମଡି) ସମ୍ମାନୀୟଅତଥି ରୂପେ ଭୂଳା ବିହାର ସହୋଜଗ ହାତ ବଡ଼ାଇ ଥିବା ବେଳେ ଫରଙ୍ଗ (MD) ସମ୍ମାନୀୟ ବିଶ୍ୱଜିତ୍ ପ୍ରଧାନ ଙ୍କ ଦ୍ଵାରା ହୋଇ ଥିବା ଆଜିକାର ମହିଳାଙ୍କ ପାଇଁ ଟେଲରିଙ୍ଗ ଶିକ୍ଷା ଦାନ କାର୍ଯ୍ୟର ଆୟୋଜନ କାର୍ଯ୍ୟକୁ ସୁନ୍ଦର ଭାବେ ସୁପରି ଚାଳନା କରି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଓସିଏମ ଅଧକ୍ଷ ଅମିୟ କୁମାର ସାହୁଙ୍କ ଦ୍ଵାରା ଆଜିର ସଭା ସାଙ୍ଗ ହୋଇଥିଲା।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button