Religion

ମଲ୍ଲିକସାହି ଅଷ୍ଟମପ୍ରହରୀ ନାମ ଯଜ୍ଞ ରେ ଯୋଗଦେଲେ ସହସ୍ର ଶ୍ରଦ୍ଧାଳୁ ଭକ୍ତ

:ହିନ୍ଦୁଧର୍ମର ମତ ଅନୁସାରେ କଳିଯୁଗରେ ମାନବ ସମାଜ ମୋକ୍ଷ ଲାଭ କରିବାକୁ ହେଲେ ତପ ର ଆବଶ୍ୟକ ନୁହେଁ ବରଂ ଜପ ର ଆବଶ୍ୟକ !ନାମ ବ୍ରହ୍ମ କୁ ଜପ ଓ ଧ୍ୟାନ କଲେ ମାନବ ଜାତି ସଦଗତି ପ୍ରାପ୍ତ ହୋଇଥାଏ ! ପରଂବ୍ରହ୍ମ ଙ୍କ ନାମ କଳିଯୁଗର ଜପ ଓ ଧ୍ୟାନର କେନ୍ଦ୍ରବିନ୍ଦୁ ବୋଲି ପବିତ୍ର ଶାସ୍ତ୍ର ମାନଙ୍କରେ ଶବ୍ଦବ୍ରହ୍ମ ପ୍ରକାଶ କରନ୍ତି !ତେଣୁ ବିଶ୍ଵଶାନ୍ତି କାମନା କରି ଯଜ୍ଞର ଆୟୋଜନ କରିଥାନ୍ତି ଆଧ୍ୟାତ୍ମିକବାଦୀ ମାନେ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ର ମତ୍ତଗଜପୁର ମଲ୍ଲିକ ସାହିରେ ମାନବସମାଜର ମଙ୍ଗଳ ନିମନ୍ତେ ଆୟୋଜନ କରାଯାଇଛି ଅଷ୍ଟମ ପ୍ରହରୀ ନାମଜପ ଯଜ୍ଞ !ଏହି ଯଜ୍ଞ ରେ କର୍ତ୍ତାକାର୍ଯ୍ୟ ବିକାଶ ମଲ୍ଲିକ ତୁଲାଇଥିବା ବେଳେ ଯଜ୍ଞ କର୍ତ୍ତ୍ରୀ ହୋଇଥିଲେ ରୀନାରାଣୀ ମଲ୍ଲିକ !ଗତ ଫ୍ରେବୃଆରୀ ୨୮ ତାରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଥିବା ଉକ୍ତ ନାମଜପଯଜ୍ଞ ମାର୍ଚ୍ଚ ୧ ତାରିଖ ଯାଏ ଆୟୋଜିତ ହୋଇଥିବା ବେଳେ ଏହି ଜପଯଜ୍ଞରେ ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଅହୋରାତ୍ର ନାମବ୍ରହ୍ମ ଙ୍କୁ ଜପ କରିଥିଲେ ଏବଂ ଶହସ୍ରାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଧ୍ୟାନର ସହିତ ଉପଭୋଗ କରିଥିଲେ !ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ଆୟୋଜକ ମାନେ !ଏହି କାର୍ଯ୍ୟରେ ତିର୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତର ଅତିଥି ଭକ୍ତ ଙ୍କ ସମେତ ଅନେକ ଆଧ୍ୟାତ୍ମିକ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ନାମଯଜ୍ଞକୁ ପ୍ରାଧାନ୍ୟ ଦେଇ ଥିବାର ଦେଖିବାକୁ ମିଳିଥିଲା ! ଏହି ସମସ୍ତ କାର୍ଯ୍ୟରେ ମଲ୍ଲିକ ସାହିର ଉଦୀୟମାନ ଯୁବଗୋଷ୍ଠି ତଥା ବିଧାନ ମଲ୍ଲିକ, ସଂଜୟ କେତନ, ରବୀନ୍ଦ୍ର ମୁନୁ,ଚିତ୍ତରଞ୍ଜନ, ନୀଳକଣ୍ଠ,ଧନଞ୍ଜୟ, ସୁଶାନ୍ତ, ସୁରେଶ,ଦୀପକ, ମାନଗୋବିନ୍ଦ, ବିଦ୍ୟାଧର,ବିଶ୍ୱନାଥ, କାଶୀନାଥ, ବାବୁନା,ଭାଗିରଥି, ରୀନାରାଣୀ,ରାମଚନ୍ଦ୍ର, ଲୋକନାଥ, ଗଣେଶ୍ୱର,ଦେବେନ୍ଦ୍ର, ନିରଞ୍ଜନ, ରେଣୁବାଳା ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button