କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ଏକ ଦିବସୀୟ ମହିଳା ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ


କଣ୍ଟାମାଳ,01/03/24 (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ମହିଳା ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସମନ୍ଵିତ ଶିଶୁବିକାଶ ପ୍ରକଳ୍ପର ତତ୍ତ୍ବାବଧାନରେ କିଶୋରୀ ବାଳିକା , ଶିକ୍ଷୟତ୍ରୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏହି ଏକଦିବସୀୟ ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରୀ, କିଶୋରୀ ବାଳିକା ଓ ଶିକ୍ଷୟତ୍ରୀମାନେ କିପରି ନିଜକୁ ନିଜେ ରକ୍ଷା କରିପାରିବେ, ତାହା ଟ୍ରେନର ବୁଝାଇଥିଲେ । ଏଥିସହିତ ପ୍ରତ୍ଯେକ ଦିନ ସକାଳୁ ଉଠି ବିଭିନ୍ନ ପ୍ରକାର ବ୍ଯାୟାମ କରି ନିଜକୁ କିପରି ଭାବରେ ସୁସ୍ଥ ସବଳ ରଖିବେ ତାହା ମଧ୍ୟ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ଅତିଥିଭାବେ କଣ୍ଟାମାଳ ସି ଡି ପି ଓ ଜ୍ୟୋସ୍ନାରାଣୀ ପାଢ଼ୀ, ଏବିଇଓ ଲକ୍ଷ୍ମୀ ମଲିକ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଶିକ୍ଷୟତ୍ରୀ, ସମସ୍ତ ଅଙ୍ଗନବାଡି ପରିଦର୍ଶିକା, ଅଙ୍ଗନବାଡି କର୍ମୀ, ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




