ବିଦ୍ୟାଳୟ ପକ୍ଷରୁ କିରାଣୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ଶଷିଦେବୀ ଗାର୍ଲସ ହାଇସ୍କୁଲ ଛତିଆ ର( କନିଷ୍ଠ ସହାୟକ )କିରାଣୀ ପ୍ରସନ କୁମାର ରାଉତ ଙ୍କୁ ଗତକାଲି ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି, ଉକ୍ତ ସମ୍ବର୍ଦ୍ଧନା ସଭା ରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଅଧକ୍ଷତା କରିଥିଲେ, ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହ୍ଲାଦ ନନ୍ଦ ମୁଖ୍ୟ ଅତିଥି ଛତିଆ ସରପଞ୍ଚ ରମେଶ ପୃଷ୍ଟି ପୂର୍ବତନ ସରପଞ୍ଚ ତଥା SMC ସଭାନେତ୍ରୀ ନୟନା ବେହେରା ସମାଜ ସେବୀ ପ୍ରିୟନାଥ ପୃଷ୍ଟି ବ୍ଲକ ଓସ୍ତା ସଂଘ ସମ୍ପାଦକ ସତ୍ୟବାଦୀ ପଣ୍ଡା ଉପ ସଭାନେତ୍ରୀ ତଥା ଜାନଗିରି ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ବିଦାୟୀ କିରାଣୀ ଶ୍ରୀଯୁକ୍ତ ରାଉତ ଙ୍କ ସ୍କୁଲ ପ୍ରତି ରହିଥିବା ଅବଦାନ ଓ ତ୍ୟାଗ ସମ୍ପର୍କ ରେ ଆଲୋକପାତ କରିଥିଲେ, ବିଦ୍ୟଳୟ ପକ୍ଷରୁ ମାନ ପତ୍ର ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଥିଲା, ଛାତ୍ରୀ ମାନେ ବିଦାୟ କାଳୀନ ସଂଗୀତ ଗାନ କରିଥିଲେ, ଶିକ୍ଷକ ନବ କିଶୋର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଗୀତିଧାରା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ପରିଚାଳନା କମିଟି ସଭ୍ୟ ସଭ୍ୟା ବିଭିନ୍ନ ମୂଲ୍ୟବାନ ଉପହାର ମାନ ପ୍ରଦାନ କରିବା ସହିତ ଶ୍ରୀଯୁକ୍ତ ରାଉତ ଙ୍କ ନିରୋଗ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ, ଅବଶିଷ୍ଟ ଜୀବନ ସୁଖ ମୟ ଓ ଶାନ୍ତି ମୟ ହେଉ ବୋଲି ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ





