Education

ବଡ଼ପାଳ ଗ୍ରାମର ଆର୍ଯ୍ୟମାନ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଟପ୍ପର

କୁଜଙ୍ଗ :-ସାମ୍ପ୍ରତିକ ସମାଜରେ ଅନେକ ଛାତ୍ରଛାତ୍ରୀ ମାନେ ମୋବାଇଲ ବ୍ୟବହାର ଯୋଗୁଁ ଦିଗହରା ବିଦ୍ୟାକୁ ଆପଣେଇ ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ପ୍ରଦର୍ଶନ କରୁଥିବା ବେଳେ ଅନେକ ଶିକ୍ଷାର୍ଥୀ ନିଜର ପରିଶ୍ରମ ଓ ନିଷ୍ଠା ପାଇଁ ଶିକ୍ଷା କ୍ଷେତ୍ରରେ ଅସମ୍ଭବକୁ ସମ୍ଭବ କରାଇ ନିଜ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାନ୍ତି ! ଯେପରିକି କଥାରେ ନୁହେଁ କାର୍ଯ୍ୟରେ ତାହା କରିକି ଦେଖେଇ ଦେଲେ ବଡ଼ପାଳ ଗ୍ରାମର ପଞ୍ଚମ ଶ୍ରେଣୀର ଛାତ୍ର ଆର୍ଯ୍ୟମାନ ମହାପାତ୍ର !ଆର୍ଯ୍ୟମାନ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ଡାଇନାମିକ ଇଂଲିଶ ମିଡ଼ିଅମ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ! ନିଜର ଅଧ୍ୟବସାୟ ବଳରେ ଚଳିତ ବର୍ଷ ୨୦୨୪/୨୦୨୫ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ପୂର୍ଣ୍ଣ ମାର୍କ ୬୦ ରୁ ୫୬ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ! ଏଥିପାଇଁ ଡାଇନାମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍କୁଲ ପରିଚାଳନା କମିଟି ଆର୍ଯ୍ୟମାନ କୁ ସୁଭେତ୍ସା ଜଣାଇଛନ୍ତି ! ଖୁସିର ମାହୋଲ ସୃଷ୍ଟି ହୋଇଛି ବିଦ୍ୟାଳୟ ମଧ୍ୟରେ !ଆର୍ଯ୍ୟମାନଙ୍କ ବାପା ବଡ଼ପାଳ ଗ୍ରାମର ଗୋପାଳ ଚନ୍ଦ୍ର ମହାପାତ୍ର ଓ ମାଆ ସୁଜାତା ମହାପାତ୍ର ନିଜ ପୁଅ ପାଇଁ ବହୁତ ଗର୍ବିତ ! ବିଭିନ୍ନ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ଠାରୁ ସୁଭେତ୍ସା ବାର୍ତ୍ତା ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ! ସମସ୍ତେ ଆର୍ଯ୍ୟମାନ ର ଶିକ୍ଷା କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କାମନା କରି ଉଚ୍ଚ ଶିକ୍ଷାରେ କୁଜଙ୍ଗ ଅଞ୍ଚଳର ନାମ କୁ ଗୌରବମଣ୍ଡିତ କରିବାକୁ ଆଶୀର୍ବାଦ ଜଣାଇଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button