କଣ୍ଟାମାଳରେ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ


କଣ୍ଟାମାଳ, ୧/୩ : (ପ୍ରଭାତ କୁମାର ସାହୁ) ସମାଜର ଗରିବ ଶ୍ରେଣୀର ଜାତି ଭାଇଙ୍କ ସେବାପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ପ୍ରଥମ ସାମୁହିକ ବ୍ରତୋପନୟନ ସମାଜର ଅସ୍ଥାୟୀ କାର୍ଯ୍ୟାଳୟ ନଳିନୀ ନିବାସ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବରଡିପଦର ଗ୍ରାମର ତପନ କୁମାର କର ଓ ପତ୍ନୀ ଶ୍ରୀମତୀ ପିଙ୍କି କରଙ୍କ ପୁତ୍ର ଅଙ୍କିତ କର (୧୨) ଏବଂ କଲରlକୋଠା ଗ୍ରାମର ଦୁଃଶାସନ ମିଶ୍ର ଓ ପତ୍ନୀ ଶ୍ରୀମତୀ କବିତା ମିଶ୍ରଙ୍କ ପୁତୁରା କରୁଣାକର ମିଶ୍ର (ମିଲନ ) ଙ୍କ ବ୍ରତୋପନୟନ ପାରମ୍ପରିକ ରୀତିନିତିରେ ସମ୍ପନ୍ନ କରାଯାଇଛି l ଏଥିରେ ବୌଦ୍ଧର ଜଗତି ସ୍ଥିତ କର୍ମକାଣ୍ଡ ସଂଘ ର ଉପଦେଷ୍ଠା ପଣ୍ଡିତ ରାମଚନ୍ଦ୍ର ପାଣିଗ୍ରାହୀ ଓ ବୌଦ୍ଧ ବ୍ଳକ ଦହ୍ୟାର ପଣ୍ଡିତ ମନୋରଞ୍ଜନ ମିଶ୍ର ପୁରୋହିତ ଭାବେ ଉଭୟ ବ୍ରତୋପନୟନ କାର୍ଯ୍ୟ ତୁଲାଇଥିଲେ l ଉକ୍ତ କାର୍ଯ୍ୟରେ ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ। କାର୍ଯ୍ୟକ୍ରମଟି ସର୍ଵଶ୍ରୀ ସଭାପତି ରଘୁନାଥ ମହାପାତ୍ର,ସମ୍ପାଦକ ସନ୍ତୋଷ କୁମାର ବିଶି, କୋଷାଧ୍ୟକ୍ଷ୍ ବିଜୟ କୁମାର ପାଣିଗ୍ରାହୀ, ଉପଦେଷ୍ଠା ବସନ୍ତ ମିଶ୍ର, ଘନଶ୍ୟାମ ମିଶ୍ର, ରଘୁନାଥ ପାଣିଗ୍ରାହୀ, ସଂଯୋଜକ ସନତ କୁମାର ମିଶ୍ର, ଏବଂ ସଦସ୍ୟ ସୁଧିର ପାଣିଗ୍ରାହୀ, ବସନ୍ତ ପାଢ଼ୀ, ଆନନ୍ଦ ଚନ୍ଦ୍ର ପାଢ଼ୀ, ସତ୍ୟ ପାଢ଼ୀ, ହରିବନ୍ଧୁ ପୁରୋହିତ ସମେତ ସମାଜର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଜୟ କୁମାର ମହାରଣା, କୁମର ସାହୁ, କୈଳାସ ଛତ୍ରିଆ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ସମ୍ପାଦକ ଶ୍ରୀ ବିଶି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ କାୟିକ, ବାଚନିକ, ଶାରୀରିକ, ଆର୍ଥିକ ସହଯୋଗ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତିବିଶେଷ ଙ୍କୁ କୃତଜ୍ଞତା ଜଣାଇବା ସହ କାର୍ଯ୍ୟକ୍ରମ ର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ l
କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




