ଘଣ୍ଟାପଡ଼ା ଥାନା ଅଧୀନ ଉପାନ୍ତ ଅଞ୍ଚଳ ନାରାୟଣପ୍ରସାଦ ପଞ୍ଚାୟତ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି,*ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ


କଣ୍ଟାମାଳ, ତା ୧/୩:( ପ୍ରଭାତ କୁମାର ସାହୁ) ଶୁକ୍ରବାର ଅପରାହ୍ନରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ ଘଣ୍ଟାପଡ଼ା ଥାନା ଅଧିନ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ନାରାୟଣପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗ୍ରସ୍ତ । ସେଠାରେ ବିଭିନ୍ନ ଗ୍ରାମର ସମସ୍ୟା ଉପରେ ନଜର ପକାଇ ଲେନ୍ଦେରମାଲ, ନାରାୟଣପ୍ରସାଦ, ନାଦେନ ଆଦି ବିଦ୍ୟାଳୟକୁ ଯାଇ ବିଦ୍ୟାଳୟରେ ପାଠପଢ଼ାଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ପରିବେଶ ଆଦି ବିଭିନ୍ନ ଦିଗ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ପରିଶେଷରେ ନାଦେନର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ ଜେ.ସୋନାଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ । ବିଭିନ୍ନ ପ୍ରଶ୍ନ ପଚାରିଲେ ଓ ତାଙ୍କ ସହିତ ଦୁଃଖସୁଖ ହେଲେ। ଏପରି ଜିଲ୍ଲାପାଳଙ୍କ କାର୍ଯ୍ୟରେ ବହୁତ ଉତ୍ସାହିତ ହୋଇଥିବା ନାଦେନର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ଏପରିକି ଜନ ସାଧାରଣ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ଉକ୍ତ ଗ୍ରସ୍ତରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




