Religion

ଉରାଡଗ୍ରାମରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ସହିତ ୩ଦିନ ଧରି ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ

କଣ୍ଟାପଡ଼ା ବ୍ଳକ ଉରାଡଗ୍ରାମରେ ମା ମଙ୍ଗଳାଙ୍କ ବିଗ୍ରହ ପ୍ରତିଷ୍ଠା ସହିତ ୩ଦିନ ଧରି ବିଶ୍ଵ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ୨୮ ତାରିଖ ବୁଧବାର ଦିନ ଅଙ୍ଗୁରାରୋପଣ, ଜଳଯାତ୍ରାପରେ ୨୯ ତାରିଖ ଦିନ ସୂର୍ଯ୍ୟପୂଜା, ଗୀତା ପାଠ କରାଯିବା ପରେ୧ ତାରିଖ ଶୁକ୍ରବାର ଦିନ ମା’ଙ୍କର ବିଗ୍ରହ ପ୍ରତିଷ୍ଠା ସହିତ ରୁଦ୍ରାହୁତି, ଚଣ୍ଡୀଆହୁତି, ସହିତ ବିଧିବିଧ ଭାବରେ ପୂଜା, ଅର୍ଚ୍ଚନା କରାଯାଇ ମନ୍ଦିର ଭିତରେ ମା’ଙ୍କର ବିଗ୍ରହ ସ୍ଥାପନକରାଯାଇଥିଲା । ପୂର୍ଣାହୁତି ପରେ,ଚରୁ ଅର୍ଣ୍ଣ ଭୋଗ ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।ଯଜ୍ଞର କର୍ତ୍ତା ଭାବରେ ନିରଞ୍ଜନ ଭୋଇ ତାଙ୍କର ଧର୍ମପତ୍ନୀ ପୁଷ୍ପଲତା ଭୋଇ,ଏବଂ ବିଭୁତି ଭୋଇ ତାଙ୍କ ଧର୍ମପତ୍ନୀ ନିଲୁ ଭୋଇ ଥିବା ବେଳେ ସୁବୋଧ ରାଉତ ସମସ୍ତ ଦାୟୀତ୍ୱ ତୁଲାଇଥିଲେ ଏବଂ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗର ହାତ ବଢାଇଥିଲେ। କଣ୍ଟାପଡାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ-

Related Articles

Back to top button