ଦାମୋଦର ସ୍ବାମୀ ଗୁରୁ ମହାରାଜା ଙ୍କ ସମାଧି ପୀଠରୁ ସନ୍ୟାସୀ ଦଣ୍ଡ ରୁପ ଧାରଣ ଦିକ୍ଷା ପ୍ରାପ୍ତି


ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଳକ ଅନ୍ତର୍ଗତ ମଠକରଗୋଳା ଗ୍ରାମ ପଞ୍ଚାୟତ ର ନୂଆସାହି ନିବାସୀ ଶୂର୍ଗତ ଭରତ ପରିଡ଼ା ଙ୍କ ଶୁ ପୁତ୍ର ମଦନମୋହନ ପରିଡ଼ା ଆଜ କୁ ପ୍ରାୟ 2003 ମସିହା ରୁ ଭକ୍ତି ସ୍ଵରୁପ ଦାମୋଦର ସ୍ବାମୀ ଗୁରୁ ମହାରାଜା ଙ୍କ ଠାରୁ ବୈଷ୍ଣବ ଦିକ୍ଷା ଗ୍ରହଣ କରି ମଧୁ ମଙ୍ଗଳ ନାମରେ ପରିଚିତ ଥିଲେ।ଏବେ ତା 22/2/2024 ରିଖ ନିତ୍ୟାନନ୍ଦ ତ୍ରୟୋଦଶୀ ତିଥିରେ ବୃନ୍ଦାବନ ର ରାଧାକୁଣ୍ଡ ନିବାସ ମଣିପୁର ଗୋପାଳ ମନ୍ଦିର ଭିତରେ ଥିବା ଭକ୍ତି ସ୍ଵରୁପ ଦାମୋଦର ସ୍ବାମୀ ଗୁରୁ ମହାରାଜା ଙ୍କ ସମାଧି ପୀଠରୁ ସନ୍ୟାସୀ ଦଣ୍ଡ ରୁପ ଧାରଣ ଦିକ୍ଷା ପ୍ରାପ୍ତି ହେଲେ। ଏହି ସନ୍ୟାସୀ ଙ୍କୁ ସମସ୍ତ କୃଷ୍ଣ ପ୍ରେମୀ ମାନେ ଢେଙ୍କାନାଳ ରେଳ ଷ୍ଟେସନ ରେ ପୁଷ୍ପମାଲ୍ୟଦେଇ ବନ୍ଦାପନା କରି ଅଭିବାଦନ ଜଣାଇଥିଲେ। କୃଷ୍ଣ ପ୍ରେମୀ ଭକ୍ତ ମାନଙ୍କ ମଧ୍ୟରେ ଶ୍ରୀ ଯୁଧିଷ୍ଠିର ସାହୁ, ଶ୍ରୀ ଜ୍ୟୋତି ପ୍ରକାଶ ସାହୁ, ଶ୍ରୀ ଆଶିଷ ମିଶ୍ର, ଶ୍ରୀ ମନୋରଞ୍ଜନ ସ୍ବାଇଁ, ସାଧୁ ଶୁକଦେବ ମହାରାଜ, ସାଧୁ ଦାମୋଦର ମହାରାଜ,ସାଧୁ ସର୍ବେଶ୍ଵର ମହାରାଜ, ଢେଙ୍କାନାଳ ସହରର ର ଓ ମଠକରଗୋଳା ଗ୍ରାମର କୃଷ୍ଣ ପ୍ରେମୀ ଭକ୍ତ ବୃନ୍ଦ। ସ୍ବାମୀ ମଧୁମଙ୍ଗଳ ମହାରାଜ ଗୁରୁ ଦୀକ୍ଷା ପ୍ରାପ୍ତି ହୋଇ ଜନସାଧାରଣ ମାନଙ୍କୁ କୃଷ୍ଣ ଚେତନା ମାର୍ଗ ରେ କୃଷ୍ଣ ଚେତନା ର ଶିକ୍ଷା ପ୍ରଦାନ କରାଇବେ।ଏହା ଢେଙ୍କାନାଳ ଜିଲ୍ଲାର ଗୌରବ ଓ ମଠକରଗୋଳା ର ଗୌରବ ର ବିଷୟ।



