ବିଲହାଟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବିଲହାଟ –: ନର୍ସରୀ ରୁ ୟୁକେଜି ଏଲକେଜି ଶିକ୍ଷାର୍ଥୀଙ୍କ ନୃତ୍ୟରେ ମଞ୍ଚ ଦୁଲୁକି ଉଠୁଥିଲା ! ଅବିଭାବକ ମାନଙ୍କ ଠାରୁ ଅତିଥି ପର୍ଯ୍ୟନ୍ତେ ଉପଭୋଗ କରିଚାଲିଥିଲେ ନୃତ୍ୟକୁ ! କଳା ସବୁରୀଠାରେ ଖୁନ୍ଦି ହେଇ ରହିଛି !ଉନ୍ନତ ପାଠପଢା ସାଙ୍ଗକୁ ନାଚଗୀତ, ବକ୍ତୃତା, ଚିତ୍ରାଙ୍କନ, ଖେଳ, ଅଭିନୟ ଆଦି ସଂସ୍କୃତିକ ବିକାଶ ଧାରାକୁ ଆଗେଇ ନେବାରେ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଛାତ୍ରଛାତ୍ରୀ ମାନଙ୍କୁ ପୂର୍ଣ୍ଣ ପ୍ରାଣରେ ଗଢି ପାରିଥିବାର ପାରଦର୍ଶିତା ଦେଖେଇଛନ୍ତି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଅବସରରେ !ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ତିର୍ତୋଲ ଶିକ୍ଷମଣ୍ଡଳର ଅବସରପ୍ରାପ୍ତ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ ! ମୁଖ୍ୟ ବକ୍ତା ଥିଲେ ଶିକ୍ଷାବିତ ସେକ ଇଦ୍ରୀସ ଅଲ୍ଲୀ !ସମ୍ମାନିତ ଅତିଥି ଥିଲେ କଟକ ମଣ୍ଡଳର ଅବସରପ୍ରାପ୍ତ ସି.ଆର.ସି ଅମୟ କିଶୋର ଦାସ, କୃଷ୍ଣାନନ୍ଦପୁର ଭେଙ୍କଟେଶ୍ୱର ସ୍କୁଲର ପ୍ରିନ୍ସପାଲ ନଟବର ଦାଶ, !ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ପାଇଁ ଅବିଭାବକ ମାନେ ନିଜନିଜର ପିଲା ମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ଉଚିତ ବୋଲି ମୁଖ୍ୟ ବକ୍ତା ମତପୋଷଣ କରିଥିଲେ !ଭେଙ୍କଟେଶ୍ୱର ସ୍କୁଲ ଅତି ଉଚ୍ଚକୋଟୀର ଶିକ୍ଷାପ୍ରଦାନ କାରୀ ବିଦ୍ୟାଳୟ ଏବଂ ଏଠାରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତଭାବେ ଉଚ୍ଚଶିକ୍ଷାପାଇ ଭଲ ମଣିଷଟେ ହୋଇ ବିଦ୍ୟାଳୟ ତଥା ବାପାମାଆଙ୍କ ନାମକୁ ଗୌରବମଣ୍ଡିତ କରିବ ଏଥିରେ ସନ୍ଦେହ ନାହିଁ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ !ବିଦ୍ୟାଳୟର ପ୍ରିନ୍ସପାଲ ସୁବାଷ ଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବିଦ୍ୟାଳୟ ର ଚେୟାରମ୍ୟାନ ସେକ ମନୋହର ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ବାର୍ଷିକ ଉତ୍ସବକୁ ଆମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ! ତାପରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ମାନଙ୍କର ହୃଦୟ କିଣିନେଇଥିଲେ !ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆମନ୍ତ୍ରିତ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ !ଏହି ସବୁ କାର୍ଯ୍ୟରେ ଶିକ୍ଷୟିତ୍ରୀ ନଜମା ଜାକିର, ପ୍ରଣତି ସାହୁ, ମହେନ୍ଦ୍ର ବେହେରା, ସହିଦା ସୁଲତାନା, ଆଫରୋଜା ପରବିନ, ଶୁଭଶ୍ରୀ ବିଶ୍ୱାଳ, ମିର ଅବଦୁଲ ହାଫିଜ, ଭାଗ୍ୟବତୀ ବେହେରା, ନୁସରତ ଫିର୍ଦୋଷ, ଉଷାରାଣି ନାୟକ ପ୍ରମୁଖ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବାର ଦେଖାଯାଇଥିଲା !

ବିଲହାଟ ରୁ ଭାଗବତ ପ୍ରସାଦଙ୍କ ସହିତ ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




