ଆମ୍ବଗାଁ ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା

କଣ୍ଡମାଳ,୨୯।୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ରଣା ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ଓ ଦିଗାମ୍ବର ସାହୁ, ବରଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ, ଉମା ହାଇସ୍କୁଲ ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇ, ପୂର୍ବତନ ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ, ଘଣ୍ଟାପଡ଼ା କ୍ଲଷ୍ଟରର ସିଆରସିସି ରୂପା ସିଂ କ୍ଷେତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଶିକ୍ଷକ ବୈକୁଣ୍ଠନାଥ ରଣାଙ୍କ ବିଷୟରେ ସ୍ମୁତିଚାରଣ କରିବା ସହିତ ବିଭିନ୍ନ ଉପହାର ପ୍ରଦାନ ପୂର୍ବକ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ଉପସ୍ଥିତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କର ଅତିପ୍ରିୟ ସାରଙ୍କୁ ବିଦାୟକାଳୀନ ଉପହାର ପ୍ରଦାନ କରିଥିଲେ।ସହକାରୀ ଶିକ୍ଷକ ଦେବାଶିଷ ଥନାପତି ଅତିଥି ପରିଚୟ ଓ ସନ୍ତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହେନ୍ଦ୍ର ସାହୁ, ଅରୁଣ ରଣା ଓ ବୃହସ୍ପତି କାଲସେ ସହଯୋଗ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ରଣା ସାରଙ୍କୁ ବିଦାୟ ଦେଇଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




